ମୋ ଜୀବନ ସଢ଼ୁ ନର୍କରେ
ମୋ ଜୀବନ ସଢ଼ୁ ନର୍କରେ
ଅଳପ ଦିନରେ ଗଳପ ରଚିଲ
ହାତ ଛାଡ଼ି ଅଧା ବାଟରେ
କେମିତି ଚାଲିବି ବାକି ଅଛି ଯାହା
କେହି ନାହିଁ ମୋର ସାଥୀରେ ।
ଭୂଲିଗଲ ପ୍ରିୟା କେତେ ଗପିଛନ୍ତି
ବସି ଆମ ଘର ଛାତରେ
ଚିର ବସନ୍ତର ସ୍ନିଗ୍ଧ ସମୀର
ବାଜୁଥିଲା ଆମ ଦେହରେ ।
ଭୂଲି ହେଉନାହିଁ ସେ ଚାନ୍ଦିନୀ ରାତି
ହାତ ମାରିଥିଲି ଛାତିରେ
ପ୍ରେମ ନିବେଦନ କରିଥିଲ ପ୍ରିୟା
ଜାବୁଡି ଧରିଣ ବୁକୁରେ ।
କେତେ ଯେ ବସନ୍ତ ରହିଅଛି ସାକ୍ଷୀ
ହଜିଛନ୍ତି ଜହ୍ନ ଜ୍ୟୋତ୍ସ୍ନାରେ
ଅଧରେ ଅଧର ମିଶାଇଛ ତୁମେ
ଚିହ୍ନ ରହୁଥିଲା ଗାଲରେ ।
ଏକାନ୍ତ ଦେଖିଣ ପ୍ରେମ ନିବେଦନ
କରିଅଛ ଆସି ପାଖରେ
ଦୁଇଟି ଶରୀର ଏକ ହେଉଥିଲେ
ସୁଯୋଗ ଦେଖିଣ ଶେଜରେ ।
ସାଗର ବାଲୁକା ରହିଅଛି ସାକ୍ଷୀ
ଆମ ଜଳକ୍ରୀଡା ସାଗରେ
ଚୁନେରି ତୁମର ଭାସି ଯାଇଥିଲା
ଟାଣି ଆଣିଥିଲି ହାତରେ ।
ଗର୍ଭ ନିରୋଧକ ନେଉଥିଲ ପ୍ରିୟା
ରଖୁଥିଲ ବହି ଥାକରେ
ତୁମ କଥା ମାନି କାହାକୁ ନକହି
ରଖିଅଛି କଥା ଗୁପ୍ତରେ ।
ନଥିଲା ମଟର ଗାଡିଟିଏ ମୋର
ବୁଲୁଥିଲେ ସାଇକେଲରେ
ଭୂଲି ହେଉନାହିଁ ସେ ଅଭୂଲା ସ୍ମୃତି
ଚୁମ୍ବନ ଚିହ୍ନ ମୋ ଗାଲରେ ।
ଫୁଲ ବଗିଚାରେ ହୃଦୟ କମ୍ପନ
କେମିତି ଭୁଲିବି ସତରେ
ଅଫୁଟା ଫୁଲକୁ ଛୁଇଁ ଦେଇ ଯେବେ
ଡରାଇଥିଲି ମୁଁ ମିଛରେ ।
ସାତ ଜନମର ସାଥୀ ବୋଲି କହି
ଯାଗା ଦେଇଥିଲ ଛାତିରେ
ଅଧା ବାଟେ ପ୍ରିୟା ଛାଡିଦେଲ କିଆଁ
ଭାଙ୍ଗି ପଡିଛି ମୁଁ ଦୁଃଖରେ ।
ତୁମ ମୁଣ୍ଡ ଛୁଇଁ କହିଥିଲି ପ୍ରିୟା
କହିବିନି କାହା ଆଗରେ
ଯାହା ପାଖେ ଅଛ ଭଲେ ରହିଥାଅ
ରଖିଅଛି ସବୁ ଗୁପ୍ତରେ ।
ତଥାପି ମୁଁ ପ୍ରିୟା ବିଶ୍ବାସ ରଖିଛି
ପାଇବି ମୁଁ ଆର ଜନ୍ମରେ
ଭୂଲ ହୋଇଗଲା ବୋଲି କହିଦେବ
ହାତ ଯୋଡ଼ି ମୋର ଆଗରେ ।
କହିବନି କେବେ ପୁରୁଣା ପୀରତି
ତୁମ ନୂଆ ପତି ପାଖରେ
ତୁମର ସଂସାର ସୁଖେ ବିତିଯାଉ
ମୋ ଜୀବନ ସଢ଼ୁ ନର୍କରେ ।