Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanka Priayadarsini

Abstract Classics

4.8  

Priyanka Priayadarsini

Abstract Classics

ମୋ ହୋଲି ର ରଙ୍ଗ ନାଲି

ମୋ ହୋଲି ର ରଙ୍ଗ ନାଲି

1 min
456


ତୁମେ ସିନା ଫଗୁଣର ଦୁଇ ଦିନ

ପାଳନ କରୁଛ ହୋଲି,

କିନ୍ତୁ ମୋ ଜୀବନେ ପ୍ରତି ମୁହୂର୍ତ୍ତ ହୋଲି 

ମୁଁ ନାରୀ ଟିଏ ବୋଲି l


ତୁମେ ସିନା ଖେଳ ଇନ୍ଦ୍ରଧନୁ ରଙ୍ଗେ

କେତେ ସ୍ବପ୍ନ କୁ ଆବୋରି,

ମୋ ପାଖେ କେଉଁ ରଙ୍ଗ ସମ୍ଭାର ନାହିଁ 

ମୋ ହୋଲି ର ରଙ୍ଗ ନାଲି l


ଜନ୍ମ ବେଳେ ରକ୍ତ ଜୁଡୁବୁଡୁ ଦେହେ 

ଯେବେ ଧରା ପୃଷ୍ଠ ରେ ପଡିଲି,

ଜନ୍ମ ସାର୍ଥକ ହୋଇଗଲା ମୋର 

କେତେ ମନେ ଭାବିଥିଲି l


କିନ୍ତୁ ବଡ ହେଲି ଯେବେ ଭାବିଥିଲି କେବେ 

ପ୍ରେମେ ରଙ୍ଗ ଭିଜିବି,

ସ୍ବପ୍ନ ଦେଖିବି ମୁଁ କେତେ ରଙ୍ଗୀନ 

ନିଜ କୁ ନିଜେ ଖୋଜିବି l


ମଥାରେ କେହି ନାଲି ରଙ୍ଗେ ଭିଜାଇ 

ନେଇଯାଏ ପୁଣି ସ୍ବପ୍ନ ଦେଖାଇ,

କିନ୍ତୁ ସ୍ବପ୍ନ ତ ସ୍ବପ୍ନ ଭାଙ୍ଗିବ ନିଶ୍ଚୟ 

ଭାଙ୍ଗେ ବନ୍ଧନ ରେ ରୁନ୍ଧି ହୋଇ ।


କେବେ ଦେଖିଛ କି କେଉଁ ନିର୍ଯ୍ୟାତିତ

ରକ୍ତ ଜୁଡୁବୁଡୁ ରଙ୍ଗ,

ଲୁହ ଲହୁ ସାଥେ ଭିଜି ଖେଳେ ପ୍ରତିଦିନ ହୋଲି

ତୁମେ ଭାବିପାର ସଂଯୋଗ ।


ତଥାପି ଭାବିଛି ଏ ଜୀବନ ଯାକଟା ଫଗୁଣ

ପ୍ରତିଦିନ ମୋର ହୋଲି,

କିନ୍ତୁ ତଫାତ ଏତିକି ତୁମେ ଖେଳ ସାତରଙ୍ଗେ

ମୋ ହୋଲି ର ରଙ୍ଗ ନାଲି l


Rate this content
Log in

More oriya poem from Priyanka Priayadarsini

Similar oriya poem from Abstract