STORYMIRROR

Manorama Mohanty

Abstract

2  

Manorama Mohanty

Abstract

ମୋ ଗାଁ କୁ ବର୍ଷା ଆସିଲେ

ମୋ ଗାଁ କୁ ବର୍ଷା ଆସିଲେ

1 min
214

ପିଲାଦିନେ ମୁଁ ଦେଖିଛି ମୋଗାଁ କୁ 

ବର୍ଷା ଯେବେ ଆସେ 

କିଆରି କିଆରି ଧାନ କ୍ଷେତ

ଦୂରଦୂରାନ୍ତର ର ନାରିକେଳ ବୃକ୍ଷ ଝାଉଁବଣର ଝାଇଁ ଝାଇଁ ଶବ୍ଦ ପୁଣି 

ମୋ ଘର ର ଚାଳ ଛପରକୁ ଡେଇଁ 

ଝିପି ଝିପି ବରଷାରେ ମାଟି ଅଗଣା ରୁ 

ଭିଜା ମାଟିର ବାସ୍ନା 

ଏବେ ବି ମୋତେ ବିମୋହିତ କରେ 

ପୁଣି ଥରେ ସେଇବରଷାରେ ଭିଜିବାକୁ 

କେତେ ଆକଟ, ବାରଣ ସତ୍ୱେ 

ଭାରି ଭଲଲାଗେ 

ଚାଳ ଛପରର ପାହାଚ ପରେ ପାହାଚ 

ଡେଇଁ ଥପ ଥପ ଝରିପଡେ 

ବର୍ଷା ର ବୁନ୍ଦା ବୁନ୍ଦା ପାଣି 

କାଗଜ ଡ଼ଙ୍ଗା ଭସାଇବାର ମଜା 

ବାରଣ୍ଡାରୁ ଥାଇ ପାଣିକୁ ଧରିବାର 

ବୃଥା ପ୍ରୟାସ 

ବାସ ବର୍ଷା ଆସେ 

ଏ ଗାଁ ରୁ ସେ ଗାଁକୁ 

ଏମିତି ଏକ କୋହଲା ପାଗରେ 

ଭାରି ଭଲଲାଗେ ମୁସମୁସିଆ ମୁଢି 

ଆଉ ଗରମ ଗରମ ପକୋଡ଼ି 

ମୋ ବୋଉ ହାତର ଖେଚୁଡ଼ି 

ଓ ଆଳୁ ତରକାରୀ 

ଗାଁ ର କାଦୁଅ ରାସ୍ତା ରେ 

ସର ସର ହୋଇ 

ସ୍କୁଲ ଯିବାର ମଜା ପୁଣି 

ସାଙ୍ଗ ସାଥି ମେଳରେ 

ପୁରିଲା ନଈ ରେ ପହଁରା ଶିଖିବା 

ଆଜି ବି ମନେପଡେ 

ଗାଁ ଦାଣ୍ଡ ସିମେଣ୍ଟ ରାସ୍ତା ଉପରେ ପୁଣି 

ଏବେ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାରେ 

ପାଣି ଚାଲେ 

ଚାଳଘରତ ସ୍ବପ୍ନ ଆଉ କାଗଜଡ଼ଙ୍ଗା 

ଭାସୁନି ଗାଁ ଦାଣ୍ଡରେ 

ଆଜି ବି ବର୍ଷା ଆସେ 

ହେଲେ ଭିଜାଏନି ମନ ହୃଦୟ 

ଗାଁର ସେ ପିଲା ଦିନର ବର୍ଷା 

ଆଜି ମନେପଡେ ଏ ସହରର 

ଚାକଚକ୍ୟ ଭିତରେ            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract