STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ମୋ ଗାଁ ଜହ୍ନରାତି

ମୋ ଗାଁ ଜହ୍ନରାତି

1 min
336


 ଭାରି ଭଲଲାଗେ କାକର ପଖଳା

 ମୋ ଗାଁ ର ଜହ୍ନରାତି

 ତୋଫା ଆଲୁଅରେ ସୁନ୍ଦର ଦିଶଇ

 ମୋ ଗାଁ ମୁକୁଳା ଛାତି।l

 ଗାଁ ମୁଣ୍ଡ ସେହି ସୁନାଝରା କ୍ଷେତ

 ଚିକିମିକି ହୋଇ ହସେ

 ଜହ୍ନ ଆଲୁଅରେ ଆମ୍ବତୋଟା ଆମ

 ଆହାକି ସୁନ୍ଦର ଦିଶେ ।l

 ଅନ୍ଧାର ରାତିରେ ବାହାରନ୍ତି ଭୂତ

 ପିଲାଙ୍କୁ ଡରାଏ ଆଈ

 ଗାଁ ଦାଣ୍ଡସାରା ପିଲାଏ ଖେଳନ୍ତି

 ଜହ୍ନ ଆସେ ଯେବେ ଉଇଁ ।l

 ଜହ୍ନରାତିରେ ତ ବାଟ ଚାଲିବାକୁ

 ଭାରି ଭଲଲାଗେ ମୋତେ

 ଜହ୍ନରାତି ରେ ମୁଁ ଚାନ୍ଦିନୀରେ ବସି

 ଲେଖିଥାଏ ଗୀତ କେତେ ।l

 ଦୋଳ ପୂହ୍ନେଇ ର ଜହ୍ନରାତିରେ ତ

 ଦେଉଳରେ ଦୋଳଯାତ

 ଭାରି ଭଲଲାଗେ ଦୋଳମେଲଣକୁ

 ହରି ହରଙ୍କର ଭେଟ ।l

 କାର୍ତ୍ତିକ ପୂହ୍ନେଇ ଜହ୍ନ ଆଲୁଅରେ

 ଡଙ୍ଗା ଭସାଇବା ମଜା

 ଇନ୍ଦୁ ପୂହ୍ନେଇ ରେ ତୋଫା ଜହ୍ନ ପଡେ

 ମନଲାଗେ ଭାରି ତାଜା ।l

 ମନ ହୁଏ ସତେ ସବୁ ରାତି ଅବା

 ହୁଅନ୍ତା କି ଜହ୍ନରାତି

 ଶୀତଳ ଜୋଛନା କଅଁଳ ପରଷେ

 ଖୁସିରେ ମୁଁ ଝୁମୁଥାନ୍ତି ।l

 


  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children