Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational

3  

Bijoy Jena

Inspirational

ମୋ ଦେଶ ନେତାଜୀ

ମୋ ଦେଶ ନେତାଜୀ

1 min
183



ଇଂରେଜ ଶାସନ କାଳରେ ଶୋଷଣ

    ବିରୁଦ୍ଧରେ ତୋଳି ସ୍ଵର

ରକ୍ତ ଦେବ କି ଦେଶ ବାସୀ ମୋର

    ସ୍ୱାଧୀନତା ଦେବି ଦ୍ଵାର।


ଏହି ନାରା ଦେଇ ମନ ଜିଣି ଥିଲେ

     ସେ ଥିଲେ ଆମ ନେତାଜୀ

ସୁବାଷ ବୋଷ ଯେ ସୁବାସ ପରିକା

     କେଉଁ ଆଡେ ଗଲେ ହଜି। 


ଆଜାଦ ହିନ୍ଦର ବିରାଟ ଫଉଜ

     ଡାକରାରେ ଦ୍ଵିଲୀ ଚଳେ 

ଇଂରେଜ ଶକତି ଛାନିଆ ହୋଇଲା

     ନେତାଜୀଙ୍କ କଉଶଳେ।


ଦେଶ ପ୍ରେମ ତାଙ୍କ ରହିଛି ଅକ୍ଷୁର୍ଣ୍ଣ

     ତାଙ୍କ ବଳିଦାନ କଥା

ଏ ଦେଶ ଯୁବକ ଯୁବତୀ ସଭିଏଁ

     ସ୍ମରୁ ନିତି ଯଥା ଯଥା।


ସ୍ୱାଧୀନ ଭାରତ ସ୍ଵାଧୀନ ଚଳଣି

     ନୁଆଇଁଲେ ନାହିଁ ମଥା

ଭାରତ ମାଆର ସୁଯୋଗ୍ୟ ସନ୍ତାନ

    ସହିଥିଲେ କେତେ ବ୍ୟଥା।


ଅମର ପ୍ରେମର ଅମର କାହାଣୀ

    ଦେଶ ପ୍ରେମୀ କେଡେ ସଚା

ତାଙ୍କ ଜନ୍ମ ଦିନ ପାଳନ କରୁଛୁ

     ସମ୍ମାନ ସନନ୍ଦ ଉଚା।



Rate this content
Log in

Similar oriya poem from Inspirational