STORYMIRROR

Manorama Mohanty

Abstract

3  

Manorama Mohanty

Abstract

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
375

ଆମ ବିଦ୍ୟାଳୟ 

ଜ୍ଞାନ ର ମନ୍ଦିର

    ଦେଖାଏ ଆଲୋକପଥ 

ଏ ଜ୍ଞାନ ମନ୍ଦିରେ 

ଛାତ୍ର ଛାତ୍ରୀ ମାନେ 

     ନିଅନ୍ତି ମହାଶପଥ


ଜ୍ଞାନେ ବିଭାସିତ ହୋଇବେସେମାନେ 

    ଗଢିବେ ନୂତନ ଧରା 

ଶାନ୍ତି,ମୈତ୍ରୀ ସତ୍ୟ 

ହେବ ପ୍ରାଣ ବ୍ରତ 

    ବହିବଜୀବନ ଧାରା


ଜ୍ଞାନ ହିଁ ଆଲୋକ 

ଜ୍ଞାନ ହିଁ ସୁପଥ

    ଜ୍ଞାନ ହିଁ ମହାନଧନ 

ଅସାଧ୍ୟ ସାଧନ 

କରି ଏ ଧରା ରେ 

    ଜ୍ଞାନେ ହେବେ ବଳିୟାନ


ସର୍ବ ଛାତ୍ର ଛାତ୍ରୀ 

ନିଅନ୍ତି ଶପଥ 

    ରଖିବେ ଜ୍ଞାନର ଟେକ 

ଏହି ବିଦ୍ୟାଳୟ 

ଜ୍ଞାନ ତପୋବନ 

    ବିତରେ ଦିବ୍ୟ ଆଲୋକ


ଏ ମହା ମନ୍ଦିର 

ଝଲସି ଉଠଇ 

    ଅରୁଣ ଶୁଭ୍ରଆଲୋକେ

ଦେବୀ ଆରାଧନା 

ଶ୍ଲୋକ ର ଲହରୀ 

    ବୁହାଏ ନିତ୍ୟ ପୁଲକେ


ଶିକ୍ଷା ମହାଦୀପ 

ପ୍ରଜ୍ୱଳିତ ହୋଇ 

    ଶିକ୍ଷଣ ର ମହାବାଣୀ 

ଗାଇ ଗାଇ କହେ 

ହୁଅ ରେ ଜାଗ୍ରତ 

    ହେ ଶିକ୍ଷକ ଶିରୋମଣି


ଆନ୍ଦୋଳିତ ହୃଦ 

ମର୍ମ ର ଶବଦେ 

    ସଂଚାରେ ଶିକ୍ଷା ସମୀର 

ପଠନ ର କ୍ଲାନ୍ତି 

ଭରିଦିଏ ଶାନ୍ତି 

     ବଢ଼ାଏ ପ୍ରଜ୍ଞା ଜୁଆର


ମୋର ସଫଳତା 

 ମୋର ବିଦ୍ୟାଳୟ 

    ନଚାଏ ତାହାର ଛାୟା 

ଭୁଲି ମୁଁ ପାରିବି 

ନାହିଁ କେବେହେଲେ 

     ତାହାର ଅଶେଷ ମାୟା


ଯଦି ବି ସେ ନୁହେଁ 

ପୁଣ୍ୟ ନୀଳାଚଳ 

    ନୁହେଁ ମହା ହିମାଳୟ 

ତଥାପି ମୋ ପକ୍ଷେ 

ଶ୍ରେଷ୍ଠ ପୂଜାସ୍ଥଳୀ 

    ମୋର ଏହି ବିଦ୍ୟାଳୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract