STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

ମୋ ଭାରତ"

ମୋ ଭାରତ"

1 min
220

କେଡ଼େ ବିଶାଳ ଦେଶ

ଏ ମୋ ଭାରତ ଭୂଇଁ

ତା ପରିକା ଦେଶଟେ

 ସତେ ମିଳିବ କାହିଁ


ବିଶ୍ୱ ଦରବାରେ ଯା

ସ୍ଥାନ ଅଟେ ଅତୁଟ

କେଡ଼େ ସୁନ୍ଦର ପୁଣି

ଏଠି ଛତିଆ ମଠ


ସାରା ସଂସାରେ ଦେଖ

ଖ୍ୟାତ କୋଣାର୍କ ପୁରୀ

ସାକ୍ଷାତ ଦେବତା ସେ

ଥା'ନ୍ତି ହୃଦେ ସବୁରି


ଭାଇ ଭାଇ ଆମେ ଯେ

ରହୁ ଏହି ଦେଶରେ

ସୁ ବୁଝାମଣା ଥାଏ

ସତେ ଆମ ଭିତରେ


କେଡ଼େ ବିଚିତ୍ରମୟ

ଅଟେ ଦେଶ ଆମର

ସୁନ୍ଦର ଲାଗେ ପୁଣି

ଆମ ପୂଜା ସଂସ୍କାର


ହିଂସାବାଦ ନ ରଖି

ଏଇ ମନ ମଧ୍ୟରେ

ବ୍ୟସ୍ତ ରହୁ ଆମେ ଯେ

ନିଜ ନିଜ କର୍ମରେ


ନବ ରବି କରେ ତ

ନେଉ ଆମେ ଶପଥ

ଚାଲିବା ବାଟ ସାଥେ

ଧରି ଆପଣା ପଥ


ପଛ ଘୁଞ୍ଚା ନାହିଁଟି

ନିଜ ନିଜ କର୍ମରେ

ଜୀବନ ଦେବୁ ପଛେ

ରହି ନିଜ ଧର୍ମରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract