STORYMIRROR

Manorama Mohanty

Abstract

2  

Manorama Mohanty

Abstract

ମୋ ଭାରତ

ମୋ ଭାରତ

1 min
566

ଏ ଭାରତ ମାଆ ମୋର 

      ଅତି ଆପଣାର 

ତା କୋଳ ସେନେହ ଭରା 

      ପ୍ରେମ ପାରାଵାର


ଜଗତ ରେ ବଡ ସିଏ 

     ଆଉ ସବୁ ତୁଛ 

କଲ୍ୟାଣଦାୟିନୀ ମାଆ 

     ତା ମମତା ସ୍ୱଚ୍ଛ


କେବେବି ରଖେନି ସିଏ 

      ନେବାର ଲାଳସା 

ଖୁସି ମନେ ପୁରାଏ ସେ 

      ମୋ ମନର ଆଶା


ଦିନଥିଲା ମାଆ ମୋର 

      ଥିଲା ପରାଦିନ 

ଆଖିବୁଝି ଦେଖୁଥିଲା 

      ଏ ଦେଶ ଦୁର୍ଦ୍ଦିନ


ସେ ସମୟ ପରାଭଵ 

     ନାହିଁ ଟିରେ ଆଉ 

ମୁକତି ମଶାଲ ଆଜି 

      ଜଳେ ଦାଉ ଦାଉ


ଆଜି ଆମ ପୁଣ୍ୟ ବଳେ 

     ସ୍ୱାଧୀନ ମୋ ଦେଶ 

ଫର ଫର ତ୍ରିରଙ୍ଗା ର 

     ନୂଆ ରୂପ ବେଶ


ସାଦରେ ପ୍ରଣାମ କରି 

     କରିବି ରେ ପଣ 

ମୋ ମା ଭାରତ ପାଇଁ 

     ଦେବି ରେ ପରାଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract