ମୋ ବାପା
ମୋ ବାପା
ଜୀବନ ପଥରେ ସବୁ ଜଞ୍ଜାଳକକୁ ମୁଣ୍ଡେଇ
ଆମ ମାନଙ୍କମୁହଁରେ ହସ ଦେଇଥିବା
ସେଇ ମହାନ୍ ଲୋକ ହେଉଛନ୍ତି ମୋ ବାପା ।।।
ବାପା ଶବ୍ଦ ଟି ଶବ୍ଦ ରେ ରହିଗଲା
ନ ପାରିବି ଆଉ ଡାକି।।
ବାପା ତୁମେ କାହିଁ ଚାଲିଗଲ ମୋତେ କରି ଏକାକୀ
ସତେ ଯେମିତି ଲାଗୁଚି ଡାକୁଛ ତୁମେ ମୋ ନାମ ଧରି
ପଛ କୁ ବୁଲି ମୁ ଦେଖିଲା ବେଳକୁ
ଲାଗେ ମିଛ ମାୟା ବୋଲି।।
ତୁମ ସଙ୍ଗେ ମୋରୋ ଜୀବନ ରେ କେବେ ଆଉ ନ ହୋଇପାରିବ ଦେଖା
ବାପା ବାପା ବୋଲି ଯେତେ ମୁଁ ଡାକିବି ନ ଶୁଣିବା ମୋରୋ ଅନ୍ତର ବ୍ୟଥା।।
ମନେ ପଡ଼ୁଛ ବାପା ବହୁତ୍ ତୁମେ
କେମିତି ପାସୋରି ବି ତୁମକୁ ମନରୁ ମୋରୋ
ଆଜିବି ତୁମ ଆଖିରେ କୁନି ଝିଅ ଟେ ମୁ ତୁମର
କାଳିଆ ରେ ତୋତେ ଏତିକି ମିନତି ମଗୁଚି ମୁହି
ବାପା କୁ ମୋରୋ ଭଲ ରେ ରଖିବୁ
ଦୁଃଖ ଟିକେ ଦେବୁ ନାହିଁ।
ବାପା ମୋରୋ କେତେ ଦୁଃଖ ଯେ
ସହିଚି ସବୁ ତୁ ଆଖିରେ ଦେଖିଛୁ ।
