STORYMIRROR

Manorama Mohanty

Classics

2  

Manorama Mohanty

Classics

ମୋ ବାପା

ମୋ ବାପା

2 mins
316

'ବା 'ଅର୍ଥେ ଯିଏ ଵାୟୁପରିମୋର 

  ନିଶ୍ୱାସ ପ୍ରଶ୍ୱାସେ ଥାନ୍ତି 

'ପା 'ଅର୍ଥେ ଯିଏ ପାଣିହୋଇମୋର 

   ଜୀବନ ରକ୍ଷକ ହ୍ୱନ୍ତି

ଯାହା ନାମ ନେଇ ସବୁରିଭିତରେ  

     ପାଏ ନିଜ ପରିଚୟ 

ଅତି ଭାଗ୍ୟବାନ ନିଜକୁମଣୁଛି 

     'ବାପା ' ମୋ ଆତ୍ମପ୍ରତ୍ୟୟ


ସେ ପରା ଅଟନ୍ତି ଶ୍ରେଷ୍ଠ ସ୍ରଷ୍ଟାଟିଏ 

   ଜନ୍ମଦାତା ତାଙ୍କ ନାଆଁ 

ଯେବେଠୁଁ ଜାଣିଲି ବେଶୀ ଯେ 

ନିଜର 

    ବାପା ନାମ ତାର ଆହାଃ

ଭୂଇଁ ରେ ପଡିବା ଦିନରୁ ସେ ଖୋଜେ 

    ମୋତେ ଗଢିବାର ରାହା 

ମୋ ଅଜାଣତେ କେତେ ସ୍ବପ୍ନଦେଖେ 

     ଟେକ ରଖିବି ତା ନାଆଁ

ମୋର ହାତଧରି ଚଲାଇ ନିଅନ୍ତି 

     ଗାଁ ଦାଣ୍ଡ ବାଟ ଦେଇ 

ଖାଇବା ପିଇବା ଶୋଇବା ପଢିବା 

     ସବୁଥିରେ ସାଥୀ ସେହି

ମଣିଷ ପରିକା ମଣିଷ ଟେ କରି 

      ଗଢିବାର ସ୍ବପ୍ନ ନେଇ 

ହିଡମାଟି ନେଇ ହିଡରେ ଲଦନ୍ତି 

     ମୁଣ୍ଡ ବୋଝ ମୁଣ୍ଡେ ଥୋଇ

ମୁଁ ହସିଲେ ହସି ରାଗିଲେ କୁହନ୍ତି 

     ଦୃଷ୍ଟ ହେବା ଭଲ ନୁହଁ 

ତା କାନ୍ଧ ଗାମୁଛା ମମତାରେ ବୋଳା 

     ପୋଛିଦିଏ ମୋର ଲୁହ

ଆପଦେ ବିପଦେ ସବୁବେଳେ ଭାବେ 

    ବାପା ମୋ ଅଛନ୍ତି ପାଶେ 

ବାପା ଥିଲା ପୁଅ ସଭାରେ ହାରେନା 

     ଏ କଥା ମନକୁ ଆସେ

ଆ ଧନ ବୋଲି ଡାକିଦେବା କ୍ଷଣି 

     ଅଥୟ ହୁଏ ମୋ ମନ 

ତାଙ୍କ ବୋଲ ହୁଡ଼ି ଯାଏ ନାହିଁ କେବେ 

    ସେପରା ମୋ ଭଗବାନ

ମୋ ପାଇଁ ସଫଳ ଯେତେ ଶୁଭଫଳ 

      ମନାସନ୍ତି ଦିବାରାତି 

ମୋ ଦୁଃଖ ଦେଖିଲେ ହୁଅନ୍ତି ଅଧୀର 

    ଫାଟିଯାଏ ତାଙ୍କ ଛାତି

ମୋ ନୟନୁ ଲୁହ ଗଡ଼ିଲେ ତାଙ୍କର 

   ଛାତିରୁ ଝରଇ ଲହୁ 

ଖୁସି ପାଇଁ ମୋର ଜଗତ ଯାକର 

     ଦୁଃଖ କୁ ଭାବନ୍ତି ମହୁ

ପିତା ସ୍ୱର୍ଗ ସହ ସମାନବୋଲି ତ 

      ପବିତ୍ର ତା ପାଦ ଧୂଳି 

ସବୁ ଦୁଃଖ କଷ୍ଟ ସହି ଦେଇଥାଏ 

      ମୋ ମୁହଁରେ ହସ ବୋଳି

ଜନକ ନାମରେ ମହାନ ସେ ବୋଲି 

    ସୁବିଦିତ ବସୁନ୍ଧରା 

ଚୀର ପୂଜନୀୟ ବନ୍ଦନୀୟ ପୁଣି 

    ସୂର୍ଯ୍ୟକାନ୍ତି ର ଚେହେରା

ସେଥିପାଇଁ ଭାବେ ଯିବିନାହିଁ କାଶୀ 

   ଯିବିନାହିଁ ଶିରିକ୍ଷେତ୍ର

ଘରେ ମୋ ଠାକୁର ବାପା ମୋ ନିଜର 

    ଦୁଃଖୀବନ୍ଧୁ ଜଗନ୍ନାଥ

ପୂଜା ଦୀପଦାନ ଫୁଲ କି ଚନ୍ଦନ 

    ଲୋଡ଼ାନାହିଁ ତାଙ୍କପାଇଁ 

ମନଲାଖି ତାଙ୍କ ସେବା ଓ ଭକତି 

     କରିବି ଶ୍ରଦ୍ଧାରେ ମୁହିଁ

ତାଙ୍କ ଇଚ୍ଛା ପୂର୍ଣ୍ଣ କରିବି ନିଶ୍ଚୟ 

      କରି ତାଙ୍କ ସେବା ବ୍ରତ 

ଜିଇଁ ଥିବାଯାଏ ତାଙ୍କ ପାଦ ତଳେ 

    କରୁଥିବି ଦଣ୍ଡବତ

ଅବାଟରେ ଯାଇ ବନ୍ଧନ ତୁଟାଇ 

      ଯେବେ ଭୁଲିବା ତା ନାମ 

    ଭବିଷ୍ୟତ ମୋର ଅନ୍ଧକାର ହେବ 

      ପାଲଟିବି ନରାଧମ

ଭଲ ମନ୍ଦ ଆଉ ହାନିଲାଭ ଘେନି 

      ନିତି ଯିଏ ଚାଲେ ପଥ 

ଭଲ ମଣିଷ ଟେମୋର ବାପା ବୋଲି 

    କହିବେ ସର୍ବେ ଯୁକତ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics