STORYMIRROR

Panchanan Jena

Inspirational

4  

Panchanan Jena

Inspirational

ମଣିଷ ଭାଇ

ମଣିଷ ଭାଇ

1 min
381


ଶୁଣ ହେ ମଣିଷ ଭାଇ

ଛିଦ୍ର ଖୋଜିବାକୁ

କଳି କରିବାକୁ

କପଟ ପାଶାରେ ବଳି ଦେବାକୁ

ଦଳି ମଳି ଅଭିନୟ କରିବାକୁ

ସତରେ ଜନମି ନାହିଁ ।


ଭାବରେ ମଣିଷ ଭାଇ

ହାତରେ ହାତ ମିଳେଇ

କାନ୍ଧରେ କାନ୍ଧ ମିଶେଇ

ପାଦରେ ପାଦ ଥାପେଇ

କଦମ୍ ତାଲ୍ ରେ ଚାଲିବାକୁ

ସତରେ ବଞ୍ଚିଛି ଯାଇ ।


ଚିନ୍ତରେ ମଣିଷ ଭାଇ

ଶତ୍ରୁ ପରା ସୀମାପଟେ

ଅଇରି ପରା ଗୁଳା କମାଣ ଧରି

ଶେଷ କରିବାକୁ ଷଡ଼ଯନ୍ତ୍ର ରଟେ

ତାଲିବାନି ଶକ୍ତି ପରା ଚାହିଁ ବସିଛନ୍ତି

ଆୟତ୍ତ କରିବାକୁ କଷ୍ଟେମଷ୍ଟେ 

ଶତ୍ରୁ ସଂହାର ପାଇଁ 

ଶତ ସିଂହର ହୁଙ୍କାର ଦେବାକୁ

ଧରାରେ ଧାଉଁଛି ସେହି ।



ଗାଅରେ ମଣିଷ ଭାଇ

ସ୍ଵାଧୀନତାର ଅମୃତ ଅନୁଭବ

ବିଶ୍ଵ ଭାତୃତ୍ୱର ସଂଗୀତ ବିଭବ

ସସାଗରା ଧରା ପୃଷ୍ଠରେ ଅବତରଣ କରୁ

ମହାମାନବର ବଶୀକରଣ ସ୍ୱଭାବ 

ଗୋଗୁଲ୍ ବାବାର ବିଗୁଲ୍ ଧରି

ଦୌଡୁଛି ଶକ୍ତିମାନ ସେହି ।



ଲେଖରେ ମଣିଷ ଭାଇ

ସ୍ନେହ ମମତାର ଡୋରି

ଦୟା କରୁଣାର ପ୍ରଭାବ ଭାରି

ତ୍ୟାଗ ତର୍ପଣ ଅର୍ପଣ ସମର୍ପଣ ପାଇଁ

ସତରେ ବଞ୍ଚିଛି ଧ୍ଯାୟୀ ।


କୁହରେ ମଣିଷ ଭାଇ

ଗଳା ଫଟେଇ ଭାଷଣ ଦେଇ

ବାରୁଦ ବର୍ଷଣରୁ ଦୂରେଇ ରହି

ଶାନ୍ତି ଅହିଂସାର କେତନ ଉଡେଇ

ଶେଷ ରକ୍ତବିନ୍ଦୁ ଯାଏ ପିଣ୍ଡ ରଟୁଥାଉ

ବିଭୁ ସ୍ମରଣ ସୁମିରଣ ପାଇଁ ।


Rate this content
Log in

Similar oriya poem from Inspirational