ମନ
ମନ
ସ୍ମୃତିର ଫରୁଆ ଖୋଲି ଦେଖିଲି ଜଣକୁ,
ଚୁଲୁବୁଲି ଅମାନିଆ ଫୁଲ ଫଗୁଣକୁ ।
ପଚାରିଲି ନା ତାର ସୋହାଗେ ମୁଁ ହସି,
କୁହ କିଏ ଅଟ ତୁମେ ଆଗୋ ମଦାଳଶୀ ।
ମାୟାବିନୀ ରୂପସୀ ଗୋ କେଉଁଁଠି ଗୋ ରୁହ,
ସନ୍ଦେହ ଫିଟାଇ ମୋର ସରାଗରେ କୁହ ।
କହିଲା ସେ ମୃୃୃଦୁୁୁହସି ଶୁଣ ମୋର ନାମ,
ମୁଁ ତୁମର ମନ ଅଟେ ନ ହୁୁୁଅ ଗୋ ଭ୍ରମ ।
ମୋ ପାଇଁ ଜଗତେ ତୁୁମେ ମନୁୁୁଷ୍ୟ ବୋଲାଅ,
ମୋତେ ନେଇ ନାନାବିଧ କୃତି ସୃୃଜୁ ଥାଅ ।
ମୁଁ ଅଟେ ଚେତନା ସୁଅ ଜୀବନ ପ୍ରକାଶ,
ବହୁତ ରୂପ ମୋହର ଅନନ୍ତ ବିିକାଶ ।
କେବେ ହୁଏ ପୁୁରୁଷ ମୁଁ କେବେ ପୁଣି ନାରୀ,
କେବେ ଅଟେ ମହାଧନୀ କେବେ ମୁଁ ଭିକାରୀ ।
କେବେ ପୁଣି ସନ୍ୟାସୀ ମୁଁ କେବେ ଯୋଗେଶ୍ବର,
କେବେ ମହାଗୃୃୃହସ୍ଥ ମୁଁ ବୁୁଲଇ ସଂସାର ।
ଅଭିମାନୀ ପିରତୀ ମୁଁ ଅମାନିଆ ସ୍ତ୍ରୀ,
ମୋ ବିିନା ତୁୁୁମର କେବେ ଆନଗତି ନାହିଁ ।
ମୁଁ ଅଟେ ଲାଜେଇ ନଈ ପୁନେଇର ଜହ୍ନ,
ବିଚିତ୍ର ବର୍ଣ୍ଣା ମୁଁ ପୁୁଣି ଅଟେ ତୁମ ମନ ।