STORYMIRROR

Daitari Ojha

Romance

3  

Daitari Ojha

Romance

ପ୍ରୀତି

ପ୍ରୀତି

1 min
11.7K

ପ୍ରୀତି...ଆଗୋ ପ୍ରୀତି...!

ତୁମେ ମୋର ପାହାନ୍ତି ସପନ ସାଥୀ...!।୦।


ମୋ କବିିତା ପ୍ରାଣ ତୁମେ ଅକୁହା ଆବେଗ,

ଅଜଣା ଭାବ ଶୃଙ୍ଖଳା ଆନନ୍ଦ ସଂବେଗ,

ଆକର୍ଷଣୀ ସ୍ରୋତସ୍ବିନୀ ଅମିୟ ନିର୍ଝର,

ଆଷାଢ଼ର ଅନୁରାଗ ଫଗୁଣ ଅବିର,

ଏ ମନ ମଧୁପ ମୋର ...

     ଝୁୁରଇ ତୁୁୁମକୁୁ ନିତି...।୧।


ସକାଳର ସ୍ତୁତି ତୁୁମେ ସଂଧ୍ୟାର ବନ୍ଦନା,

ସଂଗୀତର ସାତ ସୁର ରାଗିଣୀ ମୂର୍ଚ୍ଛନା,

ଜୀବନ ସ୍ପନ୍ଦନା ତୁୁମେ ପବିତ୍ର ଶାନ୍ତ୍ବନା,

ଆଶାର ଆଲୋକ ତୁୁମେ ବିଧୃୃୃତ ଚେତନା,

କଳ୍ପକଳ୍ପ କଳ୍ପନାରେ...

      ତୁୁମକୁ ସଜାଏ ନିତି...।୨।


ଶ୍ରାବଣର ଝରଝର କ୍ଷୀପ୍ର ବାରିଧାରା,

ଶରତ ଆକାଶେ ତୁମେ ଝିଲିମିଲି ତାରା,

ମୋମନ ନନ୍ଦନ ବନେ ତୁମେ ରାଜହଂସୀ,

ଲବଙ୍ଗ ଦ୍ବିପର ତୁମେ ଲାବଣ୍ୟ ରୂପଶୀ,

ତୁମକୁ ପାଇବାପାଇଁ...

      ଗାଉଛି ପିରତୀ ଗିିତୀ...।୩।


ଶୀତୁଆ ସକାଳକୋଳେ ଘାସଗାଲିଚାରେ,

ରୂପେଲି ଶିଶିର ବିନ୍ଦୁ ଘାସ ଫୁଲ ପରେ,

କଅଁଳ ଖରାର ତୁମେ ସୁୁୁମଧୁର ଛୁଆଁ,

ଉଷୁମ ଶେଯରତୁୁମେତୃପ୍ତିି ଅମାନିଆ,

ଅନୁପମା ରତ୍ନ ତୁମେ...

      ଉଷା କାକରର ମୋତି...।୪।


ଋତୁପର୍ଣ୍ଣା ବସନ୍ତ ର ମଳୟ ପରଶ,

ଗ୍ରୀଷ୍ମକାଳ ରୌଦ୍ରତାପେ ଚନ୍ଦନ ପୀୟୁୁୁଷ,

ସତ୍ୟର ସଂକଳ୍ପ ତୁମେ ଜ୍ଞାନ ଲାଭେ ବଳ,

ତୁମ ବିନା ଆଉକିିିଛି ନାହିଁ ଭୁମଣ୍ଡଳ,

ତପସ୍ୟା ର ତାପ ତୁମ...

      ତୁମେ ପ୍ରଜ୍ଞାର ବିଭୁତି...।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Daitari Ojha

Similar oriya poem from Romance