Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମିଛେ ଗଲି ବୃନ୍ଦାବନ

ମିଛେ ଗଲି ବୃନ୍ଦାବନ

1 min
607



ମିଛେ ଗଲି ବୃନ୍ଦାବନ ସଜନୀରେ

ମିଛେ ଗଲି ବୃନ୍ଦାବନ

ବୃନ୍ଦାବନେ ଦେଖି ବୃନ୍ଦାବନ ଚନ୍ଦ୍ର

ଯଶୋଦା ନନ୍ଦ ନନ୍ଦନ l


ରାଧା କୁଣ୍ଡ ଶ୍ୟାମ କୁଣ୍ଡରେ ସ୍ନାହାନ

ପରିକ୍ରମା ଗୋବର୍ଦ୍ଧନ

ମଥୁରା ଚତୁର ମାମୁଁ କାରାଗାର

ରାସ କୁଞ୍ଜ ନିଧି ବନ l


ବାଙ୍କ ବିହାରୀଙ୍କ ବାଙ୍କ ଚୂଡ଼ା ଦେଖି

ଗୋପୀ ଚନ୍ଦନ ଲେପନ

ଶ୍ରୀରାଧା କୃଷ୍ଣଙ୍କ ଯୁଗଳ ମୂରତି

ମଧୁର ମୁରଲୀ ସ୍ଵନ l


ତମାଳ, ମାଳତୀ, କଦମ୍ବ, କେତକୀ

ଅଷ୍ଟ ସଖା ସଖି ଗଣ

ଶ୍ରୀକୃଷ୍ଣ ପାଦରେ ଠୂମୁକି କଠଉ

ନୁପୁର ତା ରୁଣ ଝୁଣ l


ଚନ୍ଦ୍ରାବଳି ପୁର କୁବୁଜା ଉଦ୍ଧାର

ବନ୍ଧୁ ସୁଦାମା ବ୍ରାହ୍ମଣ

ଷୋଳ ସସ୍ର ଗୋପୀ ପ୍ରଭୁ ଗୋପୀନାଥ

ଗୋପ ଗୋପାଳୁଣୀ ଗଣ l


କାଳିନ୍ଦୀ ହ୍ରଦରେ କାଳୀୟ ଦଳନ

ଚୋରୀ ଗୋପୀଙ୍କ ବସନ

ମାତା ଯଶୋମତି ଉଦୁଖଳ ବନ୍ଧା

ଭଗ୍ନ ଯାମଳ ଅର୍ଜୁନ l


ମାଟି ଖିଆ ପାଟି ମଧ୍ୟରେ ଯଶୋଦା

ସାରା ବ୍ରହ୍ମାଣ୍ଡ ଦର୍ଶନ

ଗୋପାଳଙ୍କ ମେଳେ ହୋରି ଖେଳୁଥାନ୍ତି

ଗୋପରେ ନନ୍ଦ ରାଜନ l


ବସୁଦେବ ଦଇବକୀଙ୍କ ବିବାହ

କଂସ ଚାଳଇ ସ୍ୟନ୍ଦନ

ଯଶୋଦା କୋଳରେ ଅମ୍ବିକା ଜନମ

ଦେବକୀ କାରା କଷଣ l


ମିଛେ ଗଲି ବୃନ୍ଦାବନ ସଜନୀ ଲୋ

ମିଛେ ଗଲି ବୃନ୍ଦାବନ

ଶ୍ରୀକ୍ଷେତ୍ରରେ ବିଜେ ଦ୍ୱାପରର କାହ୍ନା

ପ୍ରଭୁ ନୀଳାଦ୍ରୀ ମଣ୍ଡନ l


ନିତ୍ୟ ରାସ ଏହି ମରତ ବୈକୁଣ୍ଠେ

ଏହି ଗୁପ୍ତ ବୃନ୍ଦାବନ

ପାଦ ପାଣି ନାହିଁ ସବୁ କରୁଥାଇ

ପ୍ରଭୁ ଶ୍ରୀ ଚକାନୟନ l


Rate this content
Log in

Similar oriya poem from Inspirational