STORYMIRROR

Manorama Mohanty

Abstract

2  

Manorama Mohanty

Abstract

ମିଛ ସମ୍ପର୍କ

ମିଛ ସମ୍ପର୍କ

1 min
295

ସ୍ନେହ ମମତାର --

ବିଶ୍ୱାସ ସାଗରରେ ଡ଼ୁବୁଥିଲି 

   . ମୋତିର ସନ୍ଧାନରେ 

ହେଲେ ମୋତି ତ ମିଳିଲାନି 

ଶୂନ୍ୟ ଶାମୁକାର ଧାରରେ 

କ୍ଷତାକ୍ତ ହେଲା ଶରୀର 

ସେହି କ୍ଷତାକ୍ତ ମଲମ ପଟି ଦେଇ 

ଶୁଖାଇବାକୁ ଚେଷ୍ଟା କଲେ ବି 

ସେ ଗଭୀର କ୍ଷତାକ୍ତ ସହଜରେ ଶୁଖୁ ନାହିଁ 

ବରଂ ବେଶୀ ଘାଇଲା ହେଉଛି 

  ବେଶୀ କଷ୍ଟ ଦେଉଛି 

ସେ ଅସହ୍ୟ ଯନ୍ତ୍ରଣାକୁ କାହାକୁ ଦେଖାଇ ହେଉନି ଖାଲି ଛଟପଟ ହେଉଛି ମନ 

 ହୃଦୟରୁ ଉଠୁଛି କୋହ 

ଆଖିରୁ ଝରି ଯାଉଛି ଝର ଝର ଲୁହ 

ସେହି ଲୋତକବିନ୍ଦୁ ଭିତରେ ପ୍ରତିଫଳିତ ହେଉଛି 

ମୋ ସ୍ନେହ ମମତା ଓ ଭଲପାଇବାର 

ଅସରନ୍ତି ମୋହ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract