ମିଛ ଜହ୍ନ
ମିଛ ଜହ୍ନ
ମିଛ ଜହ୍ନ ଟିଏ ଉଁଆସ ରାତିରେ ଉଇଁ ଆସିଥିଲା ଥରେ
ରୁପସୀ ପ୍ରିୟସି ସାଜିଥିଲା ଜହ୍ନ
ହୃଦୟ ର ଆକାଶ ରେ ।।
କଳ୍ପନା ରେ ମନ ଆକାଶ ରେ ସପନ କୁ କରେ ତୃପ୍ତି
ତା ପାଇଁ କେତେ ମୁଁ ଲେଖିଛି କବିତା
ସାକ୍ଷୀ ଅଛି ଏଇ ରାତି ।।
ମିଛରେ ମିଛରେ ଖେଳିବା ପାଇଁ କା ଆସିଥିଲା ଜହ୍ନ ସାଜି
ଅନ୍ଧ ଭଳି ବଳୀ ପଡ଼ିଗଲା ପ୍ରେମ
ଆଖି ଦେଲା ପରେ ବୁଜି ।।
ସିନ୍ଦୂର ର ଗାର ମଥାରେ ତୋର ମୋ ପାଇଁ ଲକ୍ଷ୍ମଣ ଗାର
ମିଛେଇ ଜହ୍ନ ଟା ଲୁଚିଯିବା ପରେ
ଏ ହୃଦୟ ଟା ଛାରଖାର ।।
ଅଚାନକ ଆସି ଆକାଶ ର ଶଶି ପଡିଥିଲା ହାତେ ଖସି
ହାତ ଖୋଲି ତାକୁ ଦେଖିଲା ବେଳକୁ
ପାହି ଆସିଲାଣି ରାତି ।।
ଜହ୍ନ ଲୁଚିଗଲା ସ୍ମୃତି ଟେ ହୋଇ ହୃଦୟ ର ଆକାଶ ରେ
ମିଛେଇ ଜହ୍ନ ଟେ ଉଇଁ ଥିଲା ସତେ
ଯିଏ ଫେରିଲାନି ଆଉ ଥରେ ।।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।

