ମହରଗ
ମହରଗ
ଧୋକା ବି ମହାରଗ ଏଠି
ସବୁ ଭେଜାଲ
ପ୍ରେମ ପ୍ରଣୟ ସ୍ନେହ ମମତା
ଶେଷକୁ ମାଆ ପଣତ
ଯିଏ ଦିନେ ଥିଲା ମନ୍ଦିର ନେତ
ନଚେତ ବୋରୱେଲ ଭିତରେ ଏତେ ଶୀତ
ଶିଶୁ କନ୍ୟାକୁ ଫୋପାଡି ପାରିଲା ମାଆ ହାତ
ସେଇଠିତ କଥା ଏଠି ସବୁ ମହରଗ
ପ୍ରେମ କରି କରି ଘୋରି ହେଲେ ବି
ଜିଣିପାରିବନି କେବେ ଏ ଜଗତ
ପ୍ରତାରଣା ବି ମିଳେ କଷ୍ଟରେ, ସବୁ ଅତୃପ୍ତ
ମହରଗରୁ କାନ୍ତାରରେ ପଡିବା କେବେ ଥିଲା ନିଶ୍ଚିନ୍ତ
ଏବେ ମହରଗ ନିଜେ ଶସ୍ତା ବହୁତ
କେତେକ ନିର୍ଦ୍ଦିଷ୍ଟ ଜିନିଷପତ୍ର
ଯାହାର ଥିଲା କିଛି କିଛି ଜାତିଗୋତ୍ର
ଏବେ ଧୂମାଳ ବହୁତ ଅଳନ୍ଧୁ ବି ଏଯାବତ
ମହରଗରେ ଏତେ ପରିପୋକତ୍ବ
କେଜାଣି କେମିତି ଆଗକୁ ବଢିବ ଦି ହାତ
ଯେତେ ହାତେ ମାପି ଚାଖଣ୍ଡେ ଚାଳିଲେ ବି
ମହରଗରେ ପଡିବା ଗୋଟାପଣେ ନିଶ୍ଚିନ୍ତ
ସବୁଯୁଗେ ଥିଲା କି
କଳିରେ ଫୁଟି କଢି ହୁଏ ବିକଶିତ
କିଏ କହିବାକୁ ନୁହେଁ ବି ପ୍ରସ୍ତୁତ ।
