STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ମହରଗ

ମହରଗ

1 min
105


ଧୋକା ବି ମହାରଗ ଏଠି

ସବୁ ଭେଜାଲ

ପ୍ରେମ ପ୍ରଣୟ ସ୍ନେହ ମମତା

ଶେଷକୁ ମାଆ ପଣତ

ଯିଏ ଦିନେ ଥିଲା ମନ୍ଦିର ନେତ

ନଚେତ ବୋରୱେଲ ଭିତରେ ଏତେ ଶୀତ

ଶିଶୁ କନ୍ୟାକୁ ଫୋପାଡି ପାରିଲା ମାଆ ହାତ

ସେଇଠିତ କଥା ଏଠି ସବୁ ମହରଗ

ପ୍ରେମ କରି କରି ଘୋରି ହେଲେ ବି

ଜିଣିପାରିବନି କେବେ ଏ ଜଗତ

ପ୍ରତାରଣା ବି ମିଳେ କଷ୍ଟରେ, ସବୁ ଅତୃପ୍ତ

ମହରଗରୁ କାନ୍ତାରରେ ପଡିବା କେବେ ଥିଲା ନିଶ୍ଚିନ୍ତ

ଏବେ ମହରଗ ନିଜେ ଶସ୍ତା ବହୁତ

କେତେକ ନିର୍ଦ୍ଦିଷ୍ଟ ଜିନିଷପତ୍ର

ଯାହାର ଥିଲା କିଛି କିଛି ଜାତିଗୋତ୍ର

ଏବେ ଧୂମାଳ ବହୁତ ଅଳନ୍ଧୁ ବି ଏଯାବତ

ମହରଗରେ ଏତେ ପରିପୋକତ୍ବ

କେଜାଣି କେମିତି ଆଗକୁ ବଢିବ ଦି ହାତ

ଯେତେ ହାତେ ମାପି ଚାଖଣ୍ଡେ ଚାଳିଲେ ବି

ମହରଗରେ ପଡିବା ଗୋଟାପଣେ ନିଶ୍ଚିନ୍ତ

ସବୁଯୁଗେ ଥିଲା କି

କଳିରେ ଫୁଟି କଢି ହୁଏ ବିକଶିତ

କିଏ କହିବାକୁ ନୁହେଁ ବି ପ୍ରସ୍ତୁତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract