ମହାତୀର୍ଥ ଘେଁସ
ମହାତୀର୍ଥ ଘେଁସ
ଧନ୍ୟ ମାଧୋ ସିଂହ ଧନ୍ୟ
ଦେଶ ପାଇଁ ତୁମ ସାରା ପରିବାର
ଜୀବନ କରିଲେ ଦାନ ।
ସାହସର ସହ ପ୍ରାଣବଳି ଦେଲେ
ମଥା କଲେ ନାହିଁ ନତ
ରକତେ ଭିଜାଇ ଘେଁସ ଗାଆଁ କୁ
କରିଦେଲେ ମହାତୀର୍ଥ।
ମଧୋ ସିଂହଙ୍କର ବୀର ଜାମାତା ଯେ
ନାରାୟଣ ସିଂହ ସେତ
ଫିରିଙ୍ଗି ଙ୍କ ହାତେ ପ୍ରାଣ ଦେଲେ ସିଏ
ବିପ୍ଳବେ ଦେଇ ଝାସ।
ସୁରେନ୍ଦ୍ର ସାଏଙ୍କ ସହଯୋଗୀ ଥିଲେ
ମାଧୋଙ୍କର ଚାରି ପୁଅ
ଅଇରି ବଇରି ହଟେ ଓ କୁଞ୍ଜଲ
ବଳରେ କେ ସରି ନୁହଁ।
ସାହସ ତାଙ୍କର ପରାକ୍ରମ କୁ ତ
ଫିରିଙ୍ଗି ଙ୍କ ଡର ଭାରି
ଗରିଲା ଯୁଦ୍ଧରେ ଗୋରା ସୈନିକ ଙ୍କୁ
ଦେଉଥିଲେ ସିଏ ମାରି ।
ମାଧୋ ସିଂହ ବି ତ ବୃଦ୍ଧ ବୟସରେ
ପରାକ୍ରମୀ ଭାରି ଥିଲେ
ଗୋରା କର୍ଣ୍ଣେଲ କୁ ମାରିଦେଇ ସିଏ
ଗଛରେ ଝୁଲେଇ ଦେଲେ ।
ରାଗରେ ଫିରିଙ୍ଗି ଘେଁସ ଗାଆଁ କୁ
ଜାଳିପୋଡି ଦେଇଥିଲେ
ବର୍ଷବର୍ଷ ଧରି ଘେଁସ ଗାଆଁ ଲୋକ
ଘୋର ବନେ ରହିଥିଲେ।
ହଟେ ସିଂହ ତାଙ୍କ ପୁଅ ମାନେ ସବୁ
ଫିରିଙ୍ଗି ଙ୍କ ହେଲେ କାଳ
କୁଟ କପଟ ରେ ଧରିବାକୁ ତାଙ୍କୁ
କରିଲେ ସେ କଉଶଳ।
ଦେଶଦ୍ରୋହୀଙ୍କୁତ ପୁରସ୍କାର ଲୋଭ
ବାଟବଣା କରିଦେଲା
ବୀର ମାନେ ସବୁ ଧରାପଡି ଗଲେ
ଫାସି ପାଇ ପ୍ରାଣ ଗଲା ।
ଧନ୍ୟ ସେହି ବୀର ସାହାସକୁ ତାଙ୍କ
କୋଟିକୋଟି ଦଣ୍ଡବତ
ଅସୁଝା ତୁମ ର ଦେଶପ୍ରେମ ଋଣ
ଧନ୍ୟ ତୁମେ ଦେଶ ଭକ୍ତ।
ତୁମର ସେ ଗାଆଁ ଘେଁସ ଆଜି ପରା
ଆମ ପାଇଁ ମହାତୀର୍ଥ
ବୀର ସହୀଦ ଙ୍କ ଜନମ ଭୂଇଁ ସେ
ଶତଶତ ପ୍ରଣିପାତ।।
