Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ମହାଭାରତର ଚରିତ୍ର

ମହାଭାରତର ଚରିତ୍ର

1 min
364



ଯୁଧିଷ୍ଟିର ଭଳି ଜୁଆକୁ ଖେଳନ୍ତୁ ନାହିଁ

କର୍ଣ୍ଣଙ୍କ ଭଳି ଦୁଷ୍ଟକୁ କେବେ କି ଚାହିଁ ?


ଧୃତରାଷ୍ଟ୍ର ଭଳି ମୋହରେ ପଡିକି କାହିଁ

ଦ୍ରୌପଦୀଙ୍କ ପରି କାହାକୁ ହସନ୍ତୁ ନାହିଁ।


ସ୍ଥାନ ଆଉ କାଳ ପାତ୍ରକୁ ଦେଖିକି ଚାଲ

ନ ହେଲେ ସଂସାରେ ବାବୁରେ ନିଶ୍ଚୟ ମଲ।


ପାଣ୍ଡୁଙ୍କର ପରି କାମନା ହୁଅ କାହିଁକି

ଦୁର୍ଯ୍ୟୋଧନ ପରି ଅନଧିକାର ହୁଅ କି?


ଅନୁଚିତ ଯଦି ଭାବୁଛ ପ୍ରତିଜ୍ଞା କିଆଁ

ଭୀଷ୍ମ ପରି ସଂସାରେ ବନ୍ଧା ହୁଅନି ଛାଆଁ?


ଦୁଃଶାସନ ପରି ନାରୀକୁ ଯେ' ଅପମାନ

ଅବଶ୍ୟ ସଂସାରେ ତାହାର ହେବ ନିଧନ।


ଶାନ୍ତନୁ ସଦୃଶ କାମନା ନିଆଁରେ କିଆଁ

ପରୀକ୍ଷିତ ପରି କ୍ରୋଧରେ ଜଳକି ଛାଆଁ?


ପାରନ୍ତି ତ ଭାଇ ନିଜକୁ ହୁଅ ସାହସୀ 

କୃଷ୍ଣଙ୍କ ସଦୃଶ ଧର୍ମର ମଙ୍ଗରେ ବସି।


ସ୍ପଷ୍ଟବାଦୀ ହୁଅ ଯେମିତି ଥିଲେ ବିଦୁର

ଘଟୋତ୍କୋଚ ପରି ଧର୍ମ କାର୍ଯ୍ୟ ନିତି କର।


ମହାଭାରତର ଏ ଚରିତ୍ର ଶିକ୍ଷାଟି ଥାଇ

ଚେତେଇ ଦେଉଛି ବିଶ୍ୱକୁ ସୁଧାର ପାଇଁ।


            


Rate this content
Log in

Similar oriya poem from Abstract