Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

4  

Sarojini Mishra

Abstract

ସବୁ ତୁମରି ଇଚ୍ଛା

ସବୁ ତୁମରି ଇଚ୍ଛା

1 min
227



ସବୁ ତୁମ ଇଚ୍ଛା ଆହେ ଭାବଗ୍ରାହୀ

ତୁମେ ଇଚ୍ଛାମୟ ହରି

ତୁମରି ଇଚ୍ଛାରେ ଏ ସୃଷ୍ଟି ସମ୍ଭାର

ଧନ୍ୟ ତୁମ କାରିଗରୀ ।


ତୁମରି ଇଚ୍ଛାରେ ସୂର୍ଯ୍ୟ ଚନ୍ଦ୍ର ଯାତ

ଆକାଶେ ଚନ୍ଦ୍ରମା ଭାସେ

ତୁମରି ଇଚ୍ଛାରେ ଦୂର ଗଗନରେ

କେତେ ତାରା ଫୁଲ ଭାସେ ।


ତୁମରି ଇଚ୍ଛାରେ କଳା ବାଦଲରୁ

ଅମୀୟ ପୀୟୁଷ ଝରେ

ତୁମରି ଇଚ୍ଛାରେ ସାଗର ତରଙ୍ଗ

କୂଳ ଛୁଇଁ ଯାଉଥାଏ ।


ତୁମରି ଇଚ୍ଛାରେ ପଥର ବୁକୁରୁ 

ଝର୍ଝର ଝରଣା ଝରେ

ତୁମରି ଇଚ୍ଛାରେ ଶ୍ୟାମଳ କ୍ଷେତରେ

ସୁନାର ଫସଲ ଭରେ ।


ତୁମରି ଇଚ୍ଛାରେ ଫଳରେ ମିଷ୍ଟତା

ଫୁଲରେ ସୁବାସ ଭରେ

ତୁମରି ଇଚ୍ଛାରେ ଏ ଜଗତ ଚାଲେ

ସୃଷ୍ଟି ସମ୍ଭାରରେ ଭରେ ।


ତୁମରି ଇଚ୍ଛାରେ ସୃଷ୍ଟି ସ୍ଥିତି ଆଉ 

ବିଲୟର ସ୍ଵର ଶୁଭେ

ତୁମ ଭରସାରେ ପଙ୍ଗୁ ଲଙ୍ଘେ ଗିରି

ଅନ୍ଧ ଯେ ବାଟ ଦେଖାଏ ।


ତୁମରି ଇଚ୍ଛାରେ ଶ୍ରେଷ୍ଠ ଜୀଵ ହୋଇ

ମଣିଷ ଧରାରେ ଜାତ

ଏ ଭବ ସାଗରେ ତୁମେ ତ ନାଉରୀ

ଇଚ୍ଛାରେ ହେ ପାରି କର ।


ତୁମରି ଇଚ୍ଛାରେ ଏ ଭବ ସଂସାରେ

ସୁଖ ଦୁଃଖ ଖେଳ ଚାଲେ

ଜୀବନ ଡଙ୍ଗାର କର୍ମ ଆହୁଲାରେ

ମଣିଷ ଯେ ବାଟ ଚାଲେ ।


ତୁମରି ଇଚ୍ଛାରେ ଏ ସୁନ୍ଦର ସୃଷ୍ଟି

ଭବ୍ୟ ଭାବନା ରେ ଭରେ

ତୁମରି ଇଚ୍ଛାରେ ନିରାଶା ମନରେ

ଆଶାର ସଂଚାର ହୁଏ ।


ତୁମରି ଇଚ୍ଛାରେ ସବୁ ଘଟୁ ପ୍ରଭୁ

ଭାବର ସମୀର ବହୁ

ଭାବମୟ ତୁମେ ଆହେ ଲୀଳାମୟ

ତୁମ ଇଚ୍ଛା ପୂର୍ଣ୍ଣ ହେଉ ।


ତୁମରି ଇଚ୍ଛାରେ ହସ ଲୁହ ଆସୁ

ଆସୁ ହେ ଅବା ପ୍ରଳୟ

ଧୈର୍ଯ୍ୟର ଶିଳାଟେ ସ୍ଥାପନ କର ହେ

ତୁମେ ଅଟେ ଇଚ୍ଛା ମୟ ।


ଏ ଜଗତ ଚାଲୁ ତୁମରି ଇଚ୍ଛାରେ

ଆଶା ନିରାଶା ମଧ୍ୟରେ

ହେଲେ ଏ ମଣିଷ ତୁମକୁ ନ ଭୁଲୁ

ଏଇ ମାତ୍ର ମନ ଚାହେଁ ।


ଆହେ ଇଚ୍ଛାମୟ ତୁମରି ଆଶିଷ

ଜଗତେ ଅଜାଡି ଦିଅ

ତୁମ ସୃଷ୍ଟି ହେଉ ମଧୁମୟ ପ୍ରଭୁ

ଜଗତକୁ ଦିଶା ଦିଅ ।


Rate this content
Log in