Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

2 mins
5



ପ୍ରାୟଶ୍ଚିତ ନୁହେଁ ଖାଲି ଶବ୍ଦଟିଏ

ବହୁ ମୂଲ୍ୟବାନ ଶବଦ ଟିଏ

ଅଜାଣତେ ଯଦି ପାପ ହୋଇ ଥାଏ

ପ୍ରାୟଶ୍ଚିତ ନର କରି ଯେ ଥାଏ |


ପାପ ଅବା ଭୁଲ୍ କରିଲେ ମଣିଷ

ପ୍ରାୟଶ୍ଚିତ ଯଦି କରି ଯେ ପାରେ

କ୍ଷମା ମିଳିଯାଏ ମନ ଭାରି କମେ

ବିବେକ ଜାଗଇ ଚେତନା ଫେରେ ।


ଅଜାଣତେ ଅବା ଅବୁଝା ପଣରେ

କେବେ ଯଦି କିଛି ଭୁଲ୍ ଟି ହୁଏ

ପ୍ରକୃତ ମଣିଷ ଅନ୍ତର ଆତ୍ମାରେ

ବିବେକ ସଂଘାତ ହେଉ ଯେ ଥାଏ |


ପ୍ରାୟଶ୍ଚିତ ପାଇଁ ସର୍ବେ ନୁହେଁ ସିଦ୍ଧ

ଆତ୍ମ ବିଶ୍ଳେଷଣ ଯେ କରି ପାରେ

ବିବେକ ଦେଇ ସେ ବିଚ଼ାର କରଇ

ପ୍ରାୟଶ୍ଚିତ୍ତ ପାଇଁ ଆଗକୁ ଯାଏ ।


ଶ୍ରେଷ୍ଠ ସୃଷ୍ଟି ପରା ମଣିଷ ଜନମ

ବିବେକ, ବିଚ଼ାର ତା ସ୍ୱତନ୍ତ୍ରତା

ସେ ସ୍ଵତନ୍ତ୍ରତାକୁ ଭୁଲିଲେ ମଣିଷ

ଜୀବନର ଅବା କି ଯଥାର୍ଥତା |


ଜାଣି ଜାଣି ଯଦି କେହି ଭୁଲ୍ କରେ

ପ୍ରାୟଶ୍ଚିତ କାହିଁ ଆସିବ ଭଲା

ଅନ୍ତରାତ୍ମା ଡାକ ନ ଶୁଣିଲେ ନର

ସମସ୍ୟା ଘେରରେ ପଡ଼ିବ ପରା |


ପ୍ରାୟଶ୍ଚିତ ଅଟେ ଏମିତି ମନ୍ତ୍ରଟେ

କ୍ଷମା ମିଳି ଯାଏ ଅତି ସହଜେ

ଜାଣି ଶୁଣି ଦୋଷ କଲା ଲୋକ ସଦା

ନିଜକୁ ଛାଡ଼ି ଯେ ଅନ୍ୟକୁ ହେଜେ ।


ପ୍ରାୟଶ୍ଚିତ ଦିଏ ଆତ୍ମାକୁ ସନ୍ତୋଷ

ମନଟା ହାଲୁକା ହୋଇ ଯେ ଯାଏ

ଦୋଷ ଅବା ପାପ ପୁନରାବୃତ୍ତି ଯେ

ଜୀବନରେ କେବେ ହୋଇ ନଥାଏ |


ପ୍ରାୟଶ୍ଚିତ ଦ୍ୱାରା ପାପ କଟିଯାଏ

ଦୁଃଖ କଟିଯାଏ ବିବେକ ହସେ

ମଣିଷ ଟେ ଭଳି ମଣିଷ ହେବାର

ମୂଳଦୁଆ ପରା ଜୀବନେ ବସେ |


ଆତ୍ମ ବିଶ୍ଳେଷଣେ ପଶ୍ଚାତାପ ଆସେ

ପ୍ରାୟଶ୍ଚିତ ପାଇଁ ଦମ୍ଭ ଯେ ଲୋଡା

ପ୍ରାୟଶ୍ଚିତ ଦିଏ ମନ ମୁକ୍ତି ପଥ

ଚେତନେ ବିବେକ ହୁଅଇ ଛିଡା |


ସୁକର୍ମରେ ପୁଣ୍ୟ କୁକର୍ମରେ ପାପ

ପାପ ପାଇଁ ଲୋଡ଼ା ଯେ ପ୍ରାୟଶ୍ଚିତ

ଅନ୍ତର ଶୁଦ୍ଧତା ବଜାୟ ରଖିବା

ବିବେକର ସଦା ନେବା ଯେ ମତ ।


ଦୋଷ ନ ଲୁଚ଼ାଇ ସଂଶୋଧନ ପାଇଁ

ସଦା ହୋଇଯିବା ଆମେ ନିର୍ଭୀକ

ଅଜାଣତ ପାପେ ପ୍ରାୟଶ୍ଚିତ କରି 

ମିଳିଥାଏ ପୁଣି ଯେ ସ୍ବର୍ଗ ସୁଖ ।


ବିବେକ ବିଚ଼ାରେ ଆତ୍ମଶୁଦ୍ଧତାର

ପ୍ରାୟଶ୍ଚିତ ଯଦି କରା ଯେ ହୁଏ

ସମାଜ ସଂସ୍କାର ଛନ୍ଦେ ବନ୍ଧା ହୁଏ

ସ୍ନେହ, ଶ୍ରଦ୍ଧା, ପ୍ରୀତି ବଢୁ ଯେ ଥାଏ ।


ପ୍ରାୟଶ୍ଚିତ ପାଇଁ ସ୍ୱୀକାରୋକ୍ତି ଲୋଡା

ସେ ଅଟେ ଆତ୍ମାର ଅନିତ୍ୟ ଡାକ

ଅଜାଣତ ପାପ ଧୋଇ ହୋଇ ଯାଏ

ନର ହୋଇ ଯାଏ ଯେ ନିଷ୍କଳଙ୍କ I


ପଶ୍ଚାତାପ ଜଳେ ପାପ ଧୋଇଯାଏ

ପ୍ରାୟଶ୍ଚିତେ ମିଳେ ଅପୂର୍ବ ଶାନ୍ତି

ଅନ୍ତରାତ୍ମା ଡାକ ସର୍ବଦା ଶୁଭଇ

ମନରେ ଜାଗଇ ସଦା ଦୃଢୋକ୍ତି ।


ଅଜାଣତେ ଦୋଷ କ୍ଷମଣୀୟ ଅଟେ

ଜାଣତ ଦୋଷ ଯେ ଅଟଇ ପାପ

ଜାଣି ଜାଣି ପାପ କର୍ମ କରି ଗଲେ

ପାଇବା ଜୀବନେ ଯେ ଅଭିଶାପ ।


ନିଜେ ସୁଧୁରିଲେ ଦୁନିଆ ସୁଧୁରେ

ନିଜକୁ ସର୍ବଦା ସଜାଡ଼ି ନେବା

ବିବେକ ଡାକରେ ପଥ ଚ଼ାଲୁ ଥିଲେ

ପ୍ରାୟଶ୍ଚିତ କିମ୍ପା ହୋଇବ ଲୋଡ଼ା ।



Rate this content
Log in

Similar oriya poem from Inspirational