Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitendra Mohanta

Comedy Others

3  

Hitendra Mohanta

Comedy Others

ମହା ଜାଗର ଉପାଖ୍ୟାନ

ମହା ଜାଗର ଉପାଖ୍ୟାନ

1 min
211



ମହା ଶିବରାତ୍ରି ଆଜି ଜାଗର

ମନେ ପଡେ କଥା ବାଣୀବିହାର ।

ସାଙ୍ଗସାଥି ମିଶି କଲେ ବିଚାର

ଦେଖି ଯିବେ ଲିଙ୍ଗରାଜ ମନ୍ଦିର ।

ବଡି ଭୋରୁ ଉଠି ହେଲେ ଉଛୁର

ଯାଇ ପହଁଚିଲେ ବିନ୍ଦୁସାଗର ।

ଲମ୍ବା ଧାଡି ଦେଖି ମାନିଲେ ହାର

ପାଚେରୀ ଡେଇଁକି ଗଲେ ଭିତର ।

ପ୍ରଭୁଙ୍କୁ ଆଣ୍ଠେଇ କଲେ ଜୁହାର

ପଛରୁ କିଏ ସେ ଦେଲା ପ୍ରହାର ।

ହାତ ଭିଡି ନେଇ କଲା ବାହାର

ଫାଣ୍ଡିରେ କଲା ସେ ବନ୍ଦୀ ନଜର ।

ଜଣା ପଡିଲାନି ଦୋଷ ପ୍ରକାର

ସ୍ଥାନାନ୍ତର କଲେ ଶହୀଦ୍ ନଗର ।

ଘଟଣାଟି ଯେବେ ହେଲା ପ୍ରଚାର

ଏକଜୁଟ ହେଲେ ସବୁ ଛାତର ।

କର୍ତ୍ତୃପକ୍ଷଙ୍କୁ ଘେରିଲେ ଏଥର

କଥା ହେଲେ ଏସ୍ ପି ଇନିସ୍ ପେକ୍ଟର ।

ସଭିଏଁ ଉପାସ ଚିନ୍ତାର ଭାର

ଭୀଷଣ ରାଗରେ ମୁଣ୍ଡ ଗରଗର ।

ଶେଷରେ ମିଳିଲା ଶୁଭ ଖବର

ଛାଡିବେ କହିଲେ ରାତି ଏଗାର ।

ଛାଡିଲା ମାତ୍ରକେ ପ୍ରଶ୍ନ ହଜାର

କେମିତି ବିତିଲା କାଳ ତୁମର ।

ଦୀର୍ଘଶ୍ୱାସ ଛାଡି ଶୁଭିଲା ସ୍ୱର

ଖାଇ ପିଇ ଶୋଇ ନ ଥିଲା ଡର ।

କପାଳ ନିନ୍ଦିଲେ ଶୁଣି ଉତ୍ତର

ଏ କି ଲୀଲା ପ୍ରଭୁ ଭୋଳାଶଙ୍କର ।

ବ୍ରତ କଲା ଖାଏ ଭରା ଉଦର

ନ କରିବା ଲୋକ ଉପବାସର ।

ଉପାଖ୍ୟାନ ଏ ତ ଶିବଜାଗର

ହରିବୋଲ ଆନନ୍ଦେ ଏକବାର ॥॥॥


Rate this content
Log in

Similar oriya poem from Comedy