STORYMIRROR

Bhakta Malla

Inspirational

2  

Bhakta Malla

Inspirational

ମାଟି ନୁହେଁ କାହାରି

ମାଟି ନୁହେଁ କାହାରି

1 min
13.6K



ଏ ମାଟି କେବେ କାହାର ନୁହେଁ

କରିବ ଅକ୍ତିଆର,

ସାବରମତୀ କୂଳୁ ଉଠିଲା

ଗୁରୁ ଗଂଭୀର ସ୍ବର ।।

ଚେତାଇ ଦେଲା ସାରା ଭାରତ

ଜଗାଇ ଦେଲା ପ୍ରାଣ,

ମନେ ଖେଳିଲା ମୁକ୍ତି ସପନ

ରଚିଲା ଐକ୍ଯ ତାନ ।।

ଆଣ୍ଠୁ ଲୁଚେନା ଛୋଟିଆ ଖଦି

ହାତେ ଅହିଂସା ଅସ୍ତ୍ର ,

ଖସାଇ ଦେଲା ଶାସକ ହାତୁ

ଗୁଳି ଗୋଳାର ଶସ୍ତ୍ର ।।


ଚମକି ବିଶ୍ଵ ବିସ୍ମୟରେ

ଚାହିଁଲା ନେତ୍ର ଫେଇ

ଏମିତି ଅସ୍ତ୍ର ସାରା ବିଶ୍ଵରେ

କେହି ତ ଦେଖି ନାହିଁ ।।

କାବୁ କରିଲା କାବା ଗାନ୍ଧୀର

ରକ୍ତ ଭିଜା ମାଟି,

ସବୁଜ ଏକ ଶୁଭ୍ର ସକାଳ

ସଭିଙ୍କୁ ଦେଲା ଭେଟି ।।

ସେଇ ସେ ଆମ ଜାତିର ପିତା

ପୂଜ୍ୟ ମହାତ୍ମା ଗାନ୍ଧୀ ,

ସବୁରି ହୃଦ ସିଂହାସନେ

ପ୍ରେମ ଭକ୍ତିରେ ବନ୍ଦୀ ।।



ଭକ୍ତ ଚରଣ ମଲ୍ଲ

15th August 2017

ସାବରମତୀ ଗାନ୍ଧୀ ଆଶ୍ରମରେ ରଚିତ

ପରିଦର୍ଶନ ସମୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational