STORYMIRROR

ABADHOOT PANDA

Abstract Inspirational

4  

ABADHOOT PANDA

Abstract Inspirational

ମାତୃ ପଦାରବିନ୍ଦେ ଶରଣ

ମାତୃ ପଦାରବିନ୍ଦେ ଶରଣ

1 min
200

      ମାତୃ ପଦାରବିନ୍ଦେ ଶରଣ


ହେ ଶାରଦୀୟ କଲ୍ୟାଣମୟୀ ମାତେ ଆଗେଇ ଆସ

ଆମ ମର୍ତ୍ତ୍ୟର ଅନ୍ଧକାର ସହ ଦୂର କର ତ୍ରାସ l

ସ୍ନେହୀଳ ସନ୍ତାନ ଆମେ ତଵ ପଣତ ତଳେ

କୋଳାଗ୍ରତ କର ମାତେ ବାତ୍ସଲ୍ୟ ମମତା ବଳେ l


ସଙ୍କଟ କବଳିତ ମାତେ ଆଜି ଅଜଣା ଆତଙ୍କେ

ସୃଷ୍ଟିର ରକ୍ଷଣ ଵ୍ୟକ୍ଷଣ ଅସମର୍ଥ ହୁଏ ବେଠିକେ l

ଦାରୁବ୍ରହ୍ମ ବସିଛନ୍ତି ତାଙ୍କ ରତ୍ନ ଭୂଷିତ ସିଂହାସନେ

ଚଳିତ ଯୁଗକୁ କରିବାକୁ ଚାଳିତ ତଵ ଅନୁଶାସନେ l


ମାତୃ ଶକ୍ତିର ଜାଗରଣ ଚାହୁଁ ଆମେ ଆଜି ନିରନ୍ତର

ସୁଦୟା କର ମାତେ କ୍ରମୋନ୍ନତି ହେ ନାରୀ ଜାଗରଣ

ଅବଳାକୁ କର ରୂପାନ୍ତର ସବଳା ରୂପରେ ସାର

ଜନନୀ ବିଗ୍ରହେ ନବ ଭାବଧାରା ହେଉ ଚିର ସଞ୍ଚାର l


ବସୁମାତା ଆଜି କାନ୍ଦେ କଇଁ କଇଁ ପୁତ୍ର ବ୍ୟଭିଚାରେ

ମାତା ମନ ପାଏନା ସାନ୍ତ୍ୱନା କେବେ ପୁତ୍ରର ଆଚାରେ l

ପ୍ରଶମିତ କର ମାତେ ଦେଇ ତଵ କରୁଣା ପୁଷ୍ପଗୁଚ୍ଛ

ସଜ୍ଜିତ ହେଉ ବିଶ୍ୱ ଗୃହ-ମନ୍ଦିର ଶାନ୍ତି ସ୍ତୁପେ ଅତଞ୍ଛ l


ଲୋଡ଼ା ନାହିଁ ଆମ ଧନ ଜନ ଗୋପ ଲକ୍ଷ୍ମୀ ମାତେ

କେବଳ ଲୋଡ଼ା ମାତ୍ର ଏକ ନବ ସମାଜସଂସ୍କାର ଜଗତେ

ଏତିକି ଆମର ବିନତି ସ୍ୱୀକାର କର ଆହେ ମହାମାୟୀ

ସୁଖ ଶାନ୍ତି ସୌହାର୍ଦ୍ୟ ପୂର୍ଣ୍ଣ ହେଉ ମର୍ତ୍ତ୍ୟେ ହେ ଦୟାମୟୀ


ନବ ଉନ୍ମାଦନା ପ୍ରାଣେ ଭରି ଉଠୁ ବାଜିଉଠୁ ଶୁଭ ଦୁନ୍ଦୁଭି

ଲଭୁ ଦିବ୍ୟ ଚେତନା କ୍ଲୀଷ୍ଟ ଏକବିଂଶ ଶତାବ୍ଦୀ ତବାଶିଷେ,

କଷଣ ମୁକ୍ତ କରି ସର୍ବ ମନୁଷ୍ୟଗଣେ ଆତତାୟୀ ବ୍ୟାଧିରୁ

ଚିର ଜାଗ୍ରତ କର ଢାଳି ଶିରେ ଟୋପେ ତଵ ପାଦାମୃତରୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract