STORYMIRROR

SUDHANSU SEKHAR BEHERA

Inspirational

3  

SUDHANSU SEKHAR BEHERA

Inspirational

ମାତୃ ଦିବସ

ମାତୃ ଦିବସ

1 min
147

" ମା " ସକାଳୁ ଉଠେ 

ନାଁ " ମା " ଉଠିଲେ ସକାଳ ହୁଏ

ଏ କଥା ଆମେ କେବେ ବି ଜାଣପାରିଲୁନି ।


ପାଖ ଗଛରେ ବସା ବାନ୍ଧିଥିବା ଘର ଚଟିଆ 

ସକାଳ ହେବା ଜାଣି " ମା " କୁ ଉଠାଏ

ଅବା " ମା " ଉଠିବାର ଶବ୍ଦ ଶୁଣି ଘର ଚଟିଆ ଆମକୁ ସକାଳ ହେବାର ସଂକେତ ଦିଏ ।


ଆମେ ସବୁ ବେଳେ " ମା " ଭାଗର ଅଧା ନିଦ ସହ ଶୋଇପଡୁ

ଆଉ " ମା " ସବୁ ବେଳେ ଚେଇଁ ରହିଥାଏ

ଆମ ଭାଗର ଅଧା ରାତି ଧରି ।


ଆମେ ଉଠିବା ପୁର୍ବରୁ ବାସନ ସବୁ ମଜା ସରି ଯାଇଥାଏ

ଅଗଣାରେ ଝାଡୁ ବି ମରା ସରି ଯାଇଥାଏ

ଗାଈ ମାନେ ଚାରା ଖାଉଥାଆନ୍ତି 

ଘର ଚଟିଆ ର ପିଲାମାନେ ଥଣ୍ଟ ଖୋଲି ଚିଲାଉଥାଆନ୍ତି

ଆଉ " ମା " ଚୁଲି ଫୁଙ୍କିବାରେ ବ୍ୟସ୍ତ ଥାଏ ।


ଏବେ ଆମେ ଯେବେ ଆଖି ଖୋଲୁ

" ମା " ର ଚେହେରା ଆମ ସାମନାରେ ଥାଏ

" ମା " ସକାଳର ସୂର୍ଯ୍ୟ କିରଣ ହୋଇଥାଏ ,

ଆଉ ଥଣ୍ଟ ରେ ଦାନା ଧରିଥିବା ଘର ଚଟିଆ ହୋଇଥାଏ


Rate this content
Log in

Similar oriya poem from Inspirational