STORYMIRROR

SUDHANSU SEKHAR BEHERA

Inspirational

3  

SUDHANSU SEKHAR BEHERA

Inspirational

ମାଆ

ମାଆ

1 min
348


ପିଲାଦିନେ ମାଆଙ୍କ ଶେଯ ଓଦା କରୁଥିଲି

ଏବେ ବଡ଼ ହେଲାପରେ ମାଆ'ର ଆଖି ଓଦା କରୁଛି।

ମାଆ , ଆଗେ ଲୁହ ଝରୁଥିଲା ତ ତୁ ମନେ ପଡୁଥିଲୁ

ଆଜି ତୁ ମନେ ପଡୁଛୁ ତ ଆଖିରୁ ଲୁହ ଝରୁଛି ।


ଯେଉଁ ପୁଅଙ୍କ ଜ୍ଜନ୍ମ ହେବା ଖୁସିରେ ମାଆ-ବାପା ମିଠେଇ ବାଣ୍ଟିଥିଲେ

ସେଇ ପୁଅ ମାନେ ବଡ଼ ହେଇ ଆଜି ମାଆ-ବାପା ଙ୍କୁ ବାଣ୍ଟିଲେ ।

ଝିଅ ବିଦା ହେବା ବେଳେ , ପୁଅ ମୁହଁ ମୋଡ଼ିବା ବେଳେ

ମାଆ-ବାପାଙ୍କ କରୁଣ ଆଖିରୁ

ଧାରା ଶ୍ରାବଣ ବହେ ଅବହେଳେ ।


ଚାରି ବରଷର ତୋ ଅଲିଅଳ ଅଳି କରେ ତୋ ବାତ୍ସଲ୍ୟ ପାଇଁ

ଷାଠିଏ ସେପରି ମାଆ-ବାପା ତୋର ଝୁରିବେନି ତୋ ସେନେହ ପାଇଁ ?

ଯେଉଁ ବାଳୁତକୁ ମାଆ-ବାପା କଥା କହିବା ଥିଲେ ଶିଖାଇ

ସିଏ ବଡ଼ ହୋଇ ମାଆ-ବାପାଙ୍କୁ ମଉନ ରଖାଏ ଜୋର୍ ଦେଇ ।


ପତ୍ନୀ/ପତି ମିଳିପାରେ ପସନ୍ଦରେ , ମାଆ .. ମିଳିଥାଏ ପୁଣ୍ୟ ପ୍ରତାପରେ

ପସନ୍ଦରେ ମିଳିଥିବା ବାଲି ପାଇଁ କରନାହିଁ ହତାଦାର ପୁଣ୍ୟ ପ୍ରତାପରେ ମିଳିବା ବାଲିକୁ 

ପେଟର ପାଞ୍ଚ ପିଲା ଯାହାକୁ ଭାରି ଲାଗିନଥିଲା , ସେହି ମାଆ

ପାଞ୍ଚ ପତର ପାଇଁ ଭାରି ଲାଗୁଚି ପିଲାଙ୍କୁ


ମାଆ-ବାପାଙ୍କ ଆଖିର ଲୁହ ସାକ୍ଷୀ ଥିବ

ଦିନେ ତତେ ବି ଏ ସବୁ ସହିବାକୁ ହେବ

ଘର ଦେବୀଙ୍କୁ ଛାଡ଼ିକରି , ରେ ମୂର୍ଖ

ପାଷାଣ ପ୍ରତିମାକୁ ଚଢ଼ାଉଛୁ ତୁ ଭୋଗ ।


ଜୀବନର ସଂଜରେ ଆଜି ତୁ ମାଆ ସାଙ୍ଗେ ଥାଆ

ବିଦା ହେଉଥିବା ପୁଣ୍ୟାତ୍ମାର ଆଶିଷ ପାଦୁକ ପାଆ

ତା'ରି ଅନ୍ଧାର ପଥ ପାରୁ ପର୍ଯ୍ୟନ୍ତ ଆଲୋକିତ କର

କିଛି ଦିନ ଆଉ ଜୀଇଁବାର ମୋହ ମାଆ ମନେ ତୁ ସଂଚାର କର


ତୁ ପିଇଛୁ ମାଆ ବୁକୁ କ୍ଷୀର ..

ସେଇକଥା ହେଜ ..

କିଛି ତା ଫେଡ ଦାୟ ନିଜର ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational