ମାନବରୂପି ଦାନବ
ମାନବରୂପି ଦାନବ


ଇନ୍ଦ୍ରଧନୁ ଆସେ
ବର୍ଷାହୋଇ ଛାଡିଗଲା ପରେ
ଯେତେବେଳେ
ସୂରୁଜ ମୁରୁଜ ବୁଣେ,
ଇନ୍ଦ୍ରଧନୁର ସପ୍ତରଙ୍ଗ
ଆଗରୁ ଥିଲା ଆଜିବି ଅଛି
ରଙ୍ଗର କିଛି ଫରକ୍ ଆସିନି
ସେ ଆଲୋକରେ ଆସେ
ଅନ୍ଧାରରେ ନୁହେଁ ।
ସେଦିନର ମଣିଷ
ଆଜିର ମଣିଷ
ଆକାରରେ ଏକାପରି
ବଦଳିଛି ମନ ଓ ବିବେକ
ଗଛର ରଙ୍ଗ ଅନୁସାରେ
ଚାମେଲିଅନର ରଙ୍ଗ ବଦଳିବା ପରି ।
ଏଣ୍ଡୁଅଟି ରଙ୍ଗ ବଦଳାଏ
ଆତ୍ମରକ୍ଷା ପାଇଁ
ଆଜି ମଣିଷର ରଙ୍ଗ ବଦଳୁଛି
ଆତ୍ମବଡିମା ଆଉ ଆତ୍ମସାତ ପାଇଁ
ଅହମିକାରେ ବଞ୍ଚୁଥିବା
ମାନବରୂପୀ ଦାନବ
ମୁଖା ପିନ୍ଧି ଦାନବତ୍ଵକୁ
ଲୁଚାଇବାର ପ୍ରୟାସ କରୁଛି
ଭାବୁଛି
ସବୁ ତା' କରାୟତ ।
ସେ ଦାନବ ଜୀବନର
ପ୍ରାତଃରୁ ସାୟ°ଯାଏ
ଇନ୍ଦ୍ରଧନୁର ଭ୍ରମ ଆଣିପାରେ
ମାତ୍ର ଜୀବନର ରଜନୀରେ
ଅନ୍ଧାର ଘୋଟିଗଲେ
ନିଜକୁ ନିଜେ ଖୋଜି ପାଇବନି
ଅସହାୟ ହୋଇ
ଆତ୍ମପ୍ରକାଶ କରିବ
ସଭିଏଁ ଜାଣିବେ
ସେ ମାନବରୂପୀ ଦାନବ।