STORYMIRROR

Chittaranjan Parida

Inspirational

2  

Chittaranjan Parida

Inspirational

ମାନବରୂପି ଦାନବ

ମାନବରୂପି ଦାନବ

1 min
128

ଇନ୍ଦ୍ରଧନୁ ଆସେ

ବର୍ଷାହୋଇ ଛାଡିଗଲା ପରେ

ଯେତେବେଳେ

ସୂରୁଜ ମୁରୁଜ ବୁଣେ,

ଇନ୍ଦ୍ରଧନୁର ସପ୍ତରଙ୍ଗ

ଆଗରୁ ଥିଲା ଆଜିବି ଅଛି

ରଙ୍ଗର କିଛି ଫରକ୍ ଆସିନି

ସେ ଆଲୋକରେ ଆସେ

ଅନ୍ଧାରରେ ନୁହେଁ ।

ସେଦିନର ମଣିଷ

ଆଜିର ମଣିଷ

ଆକାରରେ ଏକାପରି

ବଦଳିଛି ମନ ଓ ବିବେକ

ଗଛର ରଙ୍ଗ ଅନୁସାରେ

ଚାମେଲିଅନର ରଙ୍ଗ ବଦଳିବା ପରି ।

ଏଣ୍ଡୁଅଟି ରଙ୍ଗ ବଦଳାଏ

ଆତ୍ମରକ୍ଷା ପାଇଁ

ଆଜି ମଣିଷର ରଙ୍ଗ ବଦଳୁଛି

ଆତ୍ମବଡିମା ଆଉ ଆତ୍ମସାତ ପାଇଁ

ଅହମିକାରେ ବଞ୍ଚୁଥିବା

ମାନବରୂପୀ ଦାନବ

ମୁଖା ପିନ୍ଧି ଦାନବତ୍ଵକୁ

ଲୁଚାଇବାର ପ୍ରୟାସ କରୁଛି 

ଭାବୁଛି

ସବୁ ତା' କରାୟତ ।

ସେ ଦାନବ ଜୀବନର

ପ୍ରାତଃରୁ ସାୟ°ଯାଏ

ଇନ୍ଦ୍ରଧନୁର ଭ୍ରମ ଆଣିପାରେ

ମାତ୍ର ଜୀବନର ରଜନୀରେ

ଅନ୍ଧାର ଘୋଟିଗଲେ

ନିଜକୁ ନିଜେ ଖୋଜି ପାଇବନି

ଅସହାୟ ହୋଇ

ଆତ୍ମପ୍ରକାଶ କରିବ

ସଭିଏଁ ଜାଣିବେ

ସେ ମାନବରୂପୀ ଦାନବ।

         


Rate this content
Log in

Similar oriya poem from Inspirational