STORYMIRROR

Anup Kumar Dalabehera

Inspirational

3  

Anup Kumar Dalabehera

Inspirational

ମାଆ ତୁମେ ମହିୟସୀ

ମାଆ ତୁମେ ମହିୟସୀ

1 min
13.8K


ଅନ୍ତଚିରି ତୋର ଜନମ ଦେଇଛୁ

ଅନ୍ତୁଡିଶାଳରେ ସହି ଯନ୍ତ୍ରଣା

ମହାନ ତୁହି ମା ମହୀୟସୀ ଅଟୁ

ମମତାର ଝରେ ପ୍ରୀତି ଝରଣା।

ଛାତିରୁ ନିଗାଡ଼ି ଅମୃତର ମଧୁ

ବଞ୍ଚିବା ପାଇଁ କି ଜୀବନ ଦେଲୁ

କାନିପଣତରେ ଘୋଡାଇ ଦେଇ ତୋ

ସବୁ ଦୁଃଖ କଷ୍ଟ ଏକା ସହିଲୁ।

ହାତ ଧରି ତୋର ଚାଲିବା ଶିଖିଲି

ଧିରେ ଧିରେ ପୁଣି ହୋଇଛି ବଡ

ତୋ ବାହୁ ବନ୍ଧନେ ଜାବୁଡି ଧରିଲୁ

ଆସିବାକୁ କେବେ ଦେଲୁନି ଝଡ।

ଧୂଳି ଧୂସର ମୁଁ ହୋଇ ଯଦି ଫେରେ

ଗାଳି ଦେଇ ପୁଣି ଗେଲ କରିଛୁ

ମୋ ଆଖିରୁ କେବେ ଲୁହ ଝରିଗଲେ

ବିଚଳିତ ହୋଇ କଷ୍ଟ ସହିଛୁ।

ଉପାସରେ ଥାଇ ସୁସ୍ଵାଦୁ ଖାଇବା

ମୋ ପାଇଁ କି ପରା ବାଢି ଦେଇଛି

ତା ଖାଇବା କଥା ପଚାରିଲି ଯଦି

ବୁଝାଏ ଆଗରୁ ଖାଇ ସାରିଛି।

ସବୁ ଦେବାଦେବୀ ତୋ ପାଖେ ମିଳନ୍ତି

କୋଉଠି ଖୋଜିବା କହୁନ ଆଉ

ତାଠାରୁ ଆରମ୍ଭ ହୋଇଛି ଦୁନିଆ

ତା ପାଖରେ ଶେଷ ହୋଇ ମୋ ଯାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational