ମାଆ ତୁମେ ମହିୟସୀ
ମାଆ ତୁମେ ମହିୟସୀ
ଅନ୍ତଚିରି ତୋର ଜନମ ଦେଇଛୁ
ଅନ୍ତୁଡିଶାଳରେ ସହି ଯନ୍ତ୍ରଣା
ମହାନ ତୁହି ମା ମହୀୟସୀ ଅଟୁ
ମମତାର ଝରେ ପ୍ରୀତି ଝରଣା।
ଛାତିରୁ ନିଗାଡ଼ି ଅମୃତର ମଧୁ
ବଞ୍ଚିବା ପାଇଁ କି ଜୀବନ ଦେଲୁ
କାନିପଣତରେ ଘୋଡାଇ ଦେଇ ତୋ
ସବୁ ଦୁଃଖ କଷ୍ଟ ଏକା ସହିଲୁ।
ହାତ ଧରି ତୋର ଚାଲିବା ଶିଖିଲି
ଧିରେ ଧିରେ ପୁଣି ହୋଇଛି ବଡ
ତୋ ବାହୁ ବନ୍ଧନେ ଜାବୁଡି ଧରିଲୁ
ଆସିବାକୁ କେବେ ଦେଲୁନି ଝଡ।
ଧୂଳି ଧୂସର ମୁଁ ହୋଇ ଯଦି ଫେରେ
ଗାଳି ଦେଇ ପୁଣି ଗେଲ କରିଛୁ
ମୋ ଆଖିରୁ କେବେ ଲୁହ ଝରିଗଲେ
ବିଚଳିତ ହୋଇ କଷ୍ଟ ସହିଛୁ।
ଉପାସରେ ଥାଇ ସୁସ୍ଵାଦୁ ଖାଇବା
ମୋ ପାଇଁ କି ପରା ବାଢି ଦେଇଛି
ତା ଖାଇବା କଥା ପଚାରିଲି ଯଦି
ବୁଝାଏ ଆଗରୁ ଖାଇ ସାରିଛି।
ସବୁ ଦେବାଦେବୀ ତୋ ପାଖେ ମିଳନ୍ତି
କୋଉଠି ଖୋଜିବା କହୁନ ଆଉ
ତାଠାରୁ ଆରମ୍ଭ ହୋଇଛି ଦୁନିଆ
ତା ପାଖରେ ଶେଷ ହୋଇ ମୋ ଯାଉ।