STORYMIRROR

Anup Kumar Dalabehera

Romance

2  

Anup Kumar Dalabehera

Romance

ସେ ଆଉ ମୁଁ

ସେ ଆଉ ମୁଁ

1 min
13.2K


ସେ ଏକ ଏମିତି ଝରଣା ଟିଏ ଯେ

ବହିଯାଏ ସିଏ ଗାଇ ତା ଗୀତ

ମୁଁ ଏକ ଏମିତି ଗଛଟିଏ ଅଟେ

କୂଳେ ଥାଇ ତା'ର ଝଡା ମୋ ପତ୍ର।

ସେ ଏକ ଏମିତି ସୁଗନ୍ଧିତ ପୁଷ୍ପ

ତୋଳିନେବ ବୋଲି ଚାହିଁଛି ମାଳି

ମୁଁ ଏକ ଏମିତି ମାଟି ତଳ ଘାସ

ସଭିଙ୍କ ପାଦରେ ହୁଏ ମୁଁ ଦଳି।

ସେ ଏକ ଏମିତି ମଧୁର ସଙ୍ଗୀତ

ଅନେକ କଣ୍ଠରେ ପାଉଛି ଶୋଭା

ମୁଁ ଏକ ଏମିତି ବିରହ ରାଗିଣୀ

ହୃଦୟେ ଯନ୍ତ୍ରଣା ହୋଇଛି ଉଭା।

ସେ ଏକ ଏମିତି ନୀଳ ଆକାଶରେ

ଉଇଁ ଆସୁଥିବା ପୁନେଇଁ ଜହ୍ନ

ମୁଁ ଏକ ଏମିତି ଉଆଁସ ରାତିର

ଦେଖୁଥିବା ଏକ ଖରାପ ସ୍ୱପ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance