ମାଆ କମଳିନୀ
ମାଆ କମଳିନୀ


ଦାରିଦ୍ର୍ୟଭଂଜନୀ
ମା ଗୋ କମଳିନୀ
ତ୍ରିପୁରସୁନ୍ଦରୀ ମୋହିନୀ ।
ପଦ ସ୍ପର୍ଶେ ତୋର
ଖୁସିର ଜୁଆର
ଲୋ ବ୍ରହ୍ମାଣ୍ଡୋଦର ଧାରିଣୀ ।
ଇନ୍ଦୁ ସୁଵିମଳେ
ବନ୍ଦେ ପଦତଳେ
ସନ୍ତତ ପ୍ରେମ ମନ୍ଦାକିନୀ ।
ଭୁବନ ପାବନ
ବନ୍ଦେ ତୋ ଚରଣ
ଭୁ ଚତୁର୍ଦଶ ପ୍ରଶବିନୀ ।
କରୁଣା ସାଗର
ଜନନୀ ଆମର
ସୃଷ୍ଟି ସ୍ଥିତି ଲୟ କାରିଣୀ ।
ବ୍ରହ୍ମ ସୁଧାମ୍ବୁଦ୍ଧି
କେଳିନୀ ସୁବୁଦ୍ଧି
ବ୍ରହ୍ମାତ୍ମୈକ ଶୁଭଙ୍କରିଣୀ ।
ଆଦ୍ୟା ଶକତି
ଦୈନ୍ୟ ମୁକତି
ତାପ ତ୍ରୟ ଭୟ ହାରିଣୀ ।
ଜୀବେଶ୍ୱରଭିତ୍
କୌତୁକି, ଚିନ୍ମୟୀ
ମହାକାଳହୃଦି ନର୍ତ୍ତିନୀ ।
ଜଗତ ତାରିଣୀ
ମୁକ୍ତି ବିଧାୟିନୀ
ନମେ,ଜୀବ ଗତି ଦାୟିନୀ ।
ନମସ୍ତେ କମଳା
ତ୍ରୀରୂପିଣୀ ମା
ହରି ହର୍ଷୋତ୍କରୀ ହରିଣୀ ।