ମା
ମା
ମା ନାମେ ତାର ମଧୁରତା ଏତେ
ସଭିଙ୍କୁ ମୋହି ସେ ନିଏ
ପଣତ ତଳେ ସେ ସନ୍ତାନ ମାନଙ୍କୁ
ଅଭୟ ଆଶୀଷ ଦିଏ |
ମା ମା ବୋଲି ଡାକିଦେଲେ ଥରେ
ଉନ୍ମାଦ ପରି ସେ ଧାଏଁ
ସ୍ନେହ ରେ ବୁକୁରେ ଭିଡିଧରିବାକୁ
ବାହୁ ସେ ମେଲାଇ ଦିଏ |
ହାତରେ ଖୁଆଇ କୋଳ ରେ ଶୁଆଇ
କେତେ ମଜାଗପ କହେ
ବାତ୍ସଲ୍ୟ ମମତା ଅଜାଡି ଦେଇ ସେ
ପଲକ ରେ ମନମୋହେ |
ମାଆ ର ମମତା ମାଆ ର ଆଦର
କିଏ ବା ଦେଇ ପାରିବ?
ଭବିଷ୍ୟତ ଆମ ଉଜ୍ୱଳ ହେବାକୁ
ଈଶ୍ୱର ଙ୍କୁ ଡାକୁଥିବ |
