ମା ମହାମାୟା
ମା ମହାମାୟା
ରାଗ= ରସକୁଲ୍ୟା
ହେ ବ୍ରହ୍ମସ୍ବରୂପିଣୀ ମହାମାୟୀ।
ଜଗତଜନନୀ ମାଁ ସମଲେଇ।
ଶ୍ବେତବାସେ ଶ୍ବେତ ସ୍ବରୂପେ ଆଜ।
ବିରାଜିଅଛୁ ମାଁ ହୋଇଣ ସଜ ଯେ....
ମହାଳୟା ନିତିକାନ୍ତି ଯେ.....
ଦର୍ଶନ ଯା ହେଉ ସ୍ମରଣ ମାତ୍ରକେ
ବିରାଜଇ ଆତ୍ମଶାନ୍ତି ଯେ.....।୧।।
ଆଦିଶକ୍ତି ଆଦିମାତା ଗୋ ତୁହିଁ।
ଅନାଦି ଅନନ୍ତ ତତ୍ତ୍ବ ବୋଲାଇ।
ଆତ୍ମତତ୍ତ୍ବ ଆତ୍ମଜ୍ଞାନ ବିତରୁ।
ଦୂର୍ଗା କାଳୀ ରୂପେ ଶତୃ ସଂହାରୁ ଯେ
ଭାବେ ଭବଦୂର୍ଗ ହରୁ...ଯେ
ଭବାନୀ ଶିବାନୀ ତାରିଣୀ ସ୍ବରୂପେ
କେତେ ଦିବ୍ୟଲୀଳା କରୁ ଯେ।୨।।
ଶାନ୍ତ ସ୍ବରୂପେ ମାଁ ତୁ ସମଲେଇ।
ଭକତ ଭାବରେ ହୋଇଛୁ ବାଇ।
ମାଁ ଡାକିଦେଲେ ହୃଦୟୁ ଥରେ।
ବାତ୍ସଲ୍ୟ ଭାବେ ତୋ ହୃଦୟ ଥରେ ଯେ...
ଶତସିଂହ ବଳ ଦେଉ ଯେ...
ମୁଁ ସିନା ପତିତ ତୋ ଅଧମ ସୂତ
ଘେରେ ସଦା କାଳରାହୁ ଯେ..।୩।।
ମୁଁ କୁପୁତ୍ର ବୋଲି ଜାଣେ ଜଗତ।
ମାତା କେବେ ହୁଏ ନାହିଁ କୁମାତ।
କେବେ ମତେ ପଛେ ନ ଡାକ ପୁଅ।
ତୋ ଭାବେ ମଜ୍ଜିବି ଏ ଭାବ ଦିଅ ଯେ...
ଏକଇ ସୁଦୟା କର...ଯେ
ଜୀବ ଅନ୍ତ କାଳେ "ମହାଳୟା" ବେଶେ
ଆସିବୁ ନୟନେ ମୋର ଯେ....।୪।
ସବୁ ଦୋଷ ମୋର କ୍ଷମା କରିବୁ।
ଆପଣା ହାତେ ମୋ ଚିତା ଜାଳିବୁ।
ଥରୁଟିଏ ମତେ ଡାକିବୁ ପୁଅ।
ମୋ ପାଇଁ ଢାଳିବୁ ଦି'ଟୋପା ଲୁହ ଯେ...
ଆଉ କିଛି ମୁଁ ମାଗୁନି...ଯେ
ଆଜି "ମହାଳୟା" ମହାପର୍ବ ତୋର
ଘେନ ମୁରାରି ଦୟିନୀ ଯେ....।୫।।