ମୄତ୍ୟୁର ଶଯ୍ୟା
ମୄତ୍ୟୁର ଶଯ୍ୟା
ମୄତ୍ୟୁର ଶଯ୍ୟାରେ ପଡିଅଛି ଭକ୍ତ
ଡାକୁଅଛି ନିତ୍ୟେ ପ୍ରଭୁ ଜଗନ୍ନାଥ।
ବିଛେଦ ଯନ୍ତ୍ରଣା କରେ ମର୍ମାହତ
ଦେଖି ନ ପାରୋଇ ପ୍ରଭୁ ଜଗନ୍ନାଥ।୧।
ଆର୍ତ୍ତନାଦ କରେ ଶଯ୍ୟା ପରେ ପଡି
ବିଚ୍ଛେଦ ଯନ୍ତ୍ରଣା କରେ ହଡବଡି।
ପ୍ରଭୁ ପ୍ରଭୁ ଡାକେ କରୁଥାଏ ରଡି
ନ ଶୁଣନ୍ତି ପ୍ରଭୁ ତାହାରି ସେ ରଡି।୩।
ଏପରି ଯନ୍ତ୍ରଣା ଦେଖିନାହିଁ କେବେ
ଏପରି ବିଚ୍ଛେଦ ଶୁଣି ନାହିଁ କେବେ।
ଏପରି ଅବସ୍ଥା ଆସି ନାହିଁ କେବେ
ପ୍ରଭୁଙ୍କ ଲୀଳାଟି ଦେଖିନି ମୁଁ କେବେ।୪।
ଭକ୍ତ ଡାକୁଅଛି ମୄତ୍ୟୁର ଶଯ୍ୟାରୁ
ଆର୍ତ୍ତନାଦ କରେ ମୄତ୍ୟୁର ଶଯ୍ୟାରୁ ।
ବିଚ୍ଛେଦ ଯନ୍ତ୍ରଣା କରେଟି ଆତୁର
ସହି ନପାରିଣ ହୁଏ ଟି ଆତୁର।୫।
ମୄତ୍ୟୁର ଶଯ୍ୟାରେ ପଡିଅଛି ଭକ୍ତ
ଡାକୁଅଛି ନିତ୍ୟେ ପ୍ରଭୁ ଜଗନ୍ନାଥ।
ବିଚ୍ଛେଦ ଯନ୍ତ୍ରଣା କରେ ମର୍ମାହତ
ଦେଖି ନ ପାରୋଇ ପ୍ରଭୁ ଜଗନ୍ନାଥ।୬।