STORYMIRROR

Itishree Khilar

Romance Tragedy

4  

Itishree Khilar

Romance Tragedy

ଲୁହରେ ଜାଳୁଛି ପ୍ରେମର ଦୀପାଲି

ଲୁହରେ ଜାଳୁଛି ପ୍ରେମର ଦୀପାଲି

1 min
366

ସମ୍ପକର ବେଳାଭୂମିରେ ଚାଲି ଯାଏ

   ମୋ ପ୍ରେମର ମଧୁର ସ୍ମୃତି

କିଏ ବା ଜାଣେ ଲେଖି ଦେବ ପୃଷ୍ଠା ଟିଏ

  ମୋ ଅଧା ଚିରା ଅତୀତର ଚିଠି ।।


ମୋ ନିରବତାରେ ହଜି ଯାଏ ଆଜି

    ଅଭିମାନ ଆଉ କୋହର ବହ୍ନି

ଅଵଶୋଷରେ ଖୋଜେ ମୁଁ ଏକା

    କେବଳ ପାଏ ପ୍ରେମର ପୃଷ୍ଠଭୂମି ।।


ପ୍ରେମ ମୋର ହୁଅନ୍ତା କୁ ଆଜି

    ଆଖିରେ ମୋ ଚଞ୍ଚଳତା ଭରି

ମନ କୁ ମୋର ଭିଜେଇ ଦିଅନ୍ତି 

    ବିଶ୍ୱାସର ଲୁହ କୁ ନିଗାଡ଼ି।।।


ହୃଦୟ ମୋ ବ୍ୟଥିତ ଆଜି

   ପାଇନାହିଁ ତୁମ ଭାବନାର ଧାଡ଼ି 

ନୀରବ ପ୍ରହେଳିକାରେ ଜଳୁଛି ଆଜି ମୁଁ

   ଦେଖି ତୁମ ଛଳନାର ପ୍ରତି ଛବି।।


ସ୍ମୃତି ମୋ ଅପାସୋରା ଆଜି 

   ଧରିଛି ପ୍ରେମର ଡୋରି

ନିଃସଙ୍ଗ ଜୀବନ ପ୍ରତାରଣା ମୟ 

  ରହିଛି ମିଛ ସମ୍ପର୍କର ଦ୍ବାହି।।


ନୀରବରେ ମନେ ପଡେ ଆଜି

   ତୁମେ ଓ ତୁମର ସ୍ମୃତି

ଅଲିଭା କବିତା ଲେଖୁଛି ଆଜି 

  ଲୁହରେ ଜାଳୁଛି ପ୍ରେମର ଦୀପାଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Itishree Khilar

Similar oriya poem from Romance