STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଲଙ୍କାଗୁଣ୍ଡ

ଲଙ୍କାଗୁଣ୍ଡ

1 min
360

ଆଖିରେ ଆଖିରେ ମିଶିଗଲା ପରେ

ପ୍ରତିଛବି ମନ ଆଇନାରେ

ଡୋଳାରେ ଡୋଳାରେ ଛବି ଅଙ୍କାପରେ

ମନ ଘୁରେ ସପନ ଦ୍ଵିପରେ ।


ସ୍ୱପ୍ନ ପହଁରେ ସେହି ଆଖି ହ୍ରଦରେ

ନିତି ପଖାଳେ ସକାଳେ

ଜୀବନ ଯୌବନ ହୁଏ ଆତଯାତ

କାଚକେନ୍ଦୁ ଚିତ୍ରକଳ୍ପ ମେଳେ ।


ଆଖି ଚୌହଦୀରେ କାଳ କାଳାତୀତ 

ଗୁଡି ପରିକା ଉଡ଼ି ଭିଡ଼ି

ବାଇଆ ବସା ବାନ୍ଧିବା ଆଶାରେ

ନିତି ଆଖି ଖୋଜେ ସିଡି ।


କାହାଣୀ ବୁଣେ ସେହି ନୟନ କୋଣେ

ଅସରନ୍ତି ଅକୁହା ଭଣ୍ଡାର

ନୀରବ ନିଥର ନିଶ୍ଚଳ ମଉନ ମୁଁହର 

ଭାଷା ଶବ୍ଦକୋଷ ଆଖିର ।


ପଢିଲେ କେତେ ବୁଝିଲେ ଜୁଝିଲେ ଶତେ

ପ୍ରେମ ଗଢିଦେଲା ପରିବାର

ଅଟକି ଚଟକି ରହିଗଲେ ଟିକେ ଲଟକି

ଆଖି କାନ୍ଦି କହେ ଯାଯାବର ।


ଆଖିରେ କଣେଇ ବଙ୍କେଇ ଟେରେଇ ଦେଖେ

ମୀତଣୀ ସେ ପ୍ରେମୀକା ରାଣୀ

ଆଖି ଢିମା ଢିମା ତାଳ ଗୋଟମା କରି ଦେଖେ

ବାନ୍ଧବୀ ସେ ପ୍ରେମ ବାୟାଣୀ ।


ଆଖି ନଚେଇ ଇଶାରା ଇଂଗିତରେ ଦେଖେ

ସହପାଠିନୀ ସେ ପତ୍ନୀ ଅଙ୍କସାୟାଣୀ

ଆଖି ବୁଜିଦେଇ ମୁଦିଦେଇ ବନ୍ଦକରି ଦେଖେ

ମହିୟସୀ ସେ ମା' ଲକ୍ଷ୍ମୀ ଠାକୁରାଣୀ ।


ଆଉ ସେହି ସ୍ନେହାପ୍କୁତ ପ୍ରେମାସ୍ପଦ 

ଆଖି ଯୁଗଳ ମାନେ

ଯେବେ ଲୁଚେଇ ତଳେଇ ଆକଳେଇ

ଶାଢି ତଳର ସୋନୋଗ୍ରାଫି କରନ୍ତି

ଡ୍ରେସ୍‌ ତଳର ଅଲଟ୍ରାସାଉଣ୍ଡ କରନ୍ତି

ଘୃଣିତ କୁତ୍ସିତ ଦୁଷ୍କର୍ମକୃତ ଚିତ୍ରକଳ୍ପ ଆଙ୍କନ୍ତି


ସେହି ସବୁ ଆଖିରେ ଲଙ୍କାଗୁଣ୍ଡ ପକେଇ 

ଅନ୍ଧକଣା କରି ଦେବାକୁ

ସେହି ସବୁ ଆଖିରେ ସିମେଣ୍ଟ ଲଗେଇ

ପ୍ଲାଷ୍ଟର ମୁଦ କରି ଦେବାକୁ ଇଚ୍ଛା ହୁଏ

ଜବରଦସ୍ତ ଇଚ୍ଛା ହୁଏ ।


Rate this content
Log in

Similar oriya poem from Inspirational