Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ଲେଉଟାଣୀ ଯାତ୍ରା

ଲେଉଟାଣୀ ଯାତ୍ରା

1 min
63


ଲେଉଟାଣି ଯାତ୍ରା ତ ନିଶ୍ଚିତ ସୁନିଶ୍ଚିତ

ଫେରନ୍ତା ପଥ ତ ଦର୍ଶିତ ନିର୍ଦ୍ଦେଶିତ

ଫେରିବାକୁ ହେବ ତ ଅବଶ୍ୟ 

କାରଣ ଆମେ ତୁମେ ସର୍ବେ ପରା

ମୃତ୍ୟୁ ପଥର ଯାତ୍ରୀ

ମରଣଶୀଳ ଧରାର ଗାତ୍ରୀ !


ତେଣୁ ମନଭରି ବଂଚିବା ଜିଇଁଯିବା

ତେଣୁ ଦୃଦୟରୁ ହସିବା ହସେଇବା

ତେଣୁ ଅନ୍ତରର ଅନନ୍ତ ପ୍ରଦେଶରୁ

ଶାନ୍ତି ପ୍ରଶାନ୍ତି ପିଇବା ପିଇଯିବା

କାରଣ ଆମ୍ଭେ ସକଳ 

କୀଟ ପତଙ୍ଗ ତମାଳ

ଜୀବଜଗତ ଦଳ

ତରୁ ତୃଣ ଦୁର୍ବାଦଳ

ଅମୃତ ପଥର ଯାତ୍ରୀ

ସତ୍ୟ ଶିବ ସୁନ୍ଦର ପରମେଶ୍ଵର ପନ୍ଥାର ତୀର୍ଥଯାତ୍ରୀ !


ନିଃଶ୍ଵାସ ପ୍ରଶ୍ଵାସ ନେବା ମୁକ୍ତିର

ଅମ୍ଳଜାନ ନେବା ଶାନ୍ତିର

ଅଭିଯୋଗ ଅଭିମାନ ଭୁଲିଯିବା

       କୁନି ଶିଶୁଟି ପରି

ଦୁଃଖ ଶୋକ ଶୋଚନା ପିଇଯିବା

       ଆକଣ୍ଠ ନିଳକଣ୍ଠ ପିଆଲା ଧରି

ସେବା ସାହାର୍ଯ୍ୟର ହାତ 

ଦାନ ସମର୍ପଣର ମତ

ବଢେଇ ଦେବା ପ୍ରସାରି ଦେବା

କାରଣ ତୁମେ ଆପଣ

ଅମୃତସ୍ୟ ପୁତ୍ରା

ଫେରନ୍ତା ଟିକେଟ୍ କଟା ଯାତ୍ରା !


ଯାହା ସବୁ ଭଲ ଗୁଣ ଅଛି ପାଖରେ

ଯାହା ଅଛି ଗଛ୍ଥିତ ସମ୍ପତ୍ତି ନିଜ ଭିତରେ

ପ୍ରଥମେ ତା'ର ମଜା ଲୁଟି ନେବା

ପ୍ରଥମେ ତା'ର କୌତୁକ ସଭକ

ମେଣ୍ଟେଇ ଦେବା

ଯେ ସ୍ଥାନେ ପାଦ ପଡିବ

ମିଠା ମିଠା ଗହଳି ଚହଳି ଲାଗିଯାଉ

ଯେ ସ୍ଥାନେ ଗମନ କରିବ

ଚୁନା ଚୁନା ହସ ଖୁସିର ଆସର ଲମ୍ବିଥାଉ

କାରଣ ମୁଁ ତୁମେ ଓ ସେ

ଅନନ୍ତ ପଥର ଯାତ୍ରୀ

ଫେରିବାକୁ ହେବ ହିଁ ହେବ 

ହେ କାଳରାତ୍ରୀ !


ଜନ୍ମ ଠାରୁ ମୃତ୍ୟୁର ଲମ୍ବାପଥ ବହୁଦୂର

ବୟସର ପ୍ରତିକ୍ଷଣ ମସ୍ତିରେ ଭରପୂର

ଜୀବନର ପ୍ରତିପଳ ଖୁସିର କଳରୋଳ

ଶ୍ରେଷ୍ଠ ସୃଷ୍ଟି ସର୍ଜନାର ସ୍ଵିକରୋକ୍ତିରେ ମାଳ ମାଳ

ଚାରି କାନ୍ଧର ସମର୍ପଣ

ରାମ ନାମ ସତ୍ୟର ଉଚ୍ଚାରଣ

ଖାଇ କଉଡିର ବିଞ୍ଚଣ ଅର୍ପଣ

ଛଅ ଖଣ୍ଡ କାଠର ଶେଷ ଠିକଣା

ମୁଠାଏ ପାଉଁଶରେ ଜୀବନ ସୃଜନା ମାର୍ଜଣା

ତେଣୁ ବେଳୁ ହୁଁ

ତେଣୁ ସମୟ ଥାଉଁ

ନିଜ ବୟସର ମଜା ଆଗେ ଲୁଟି ନେବା

ଚାରି ଆଶ୍ରମର ସର ଲବଣୀ ଆଗେ

ଚାଟିନେବା

କଳି ତକରାଳ ଘୁଣା ଶତୃତା ପରିତ୍ୟାଗେ

ବନ୍ଧୁ ସଖା ସୋବର ସହୋଦର ଆଗେ

କାରଣ ଫେରିବା ଟିକଟ ତ ନିଶ୍ଚିତ ସୁନିଶ୍ଚିତ

କାରଣ ଲେଭଟାଣି ଯାତ୍ରା ତ ଦର୍ଶିତ ନିର୍ଦ୍ଦେଶିତ ।



Rate this content
Log in

Similar oriya poem from Fantasy