ଲବଣୀ ଚୋର
ଲବଣୀ ଚୋର
ଭାରି କପଟିଆ ଵଡ ଅଝଟିଆ
ମୋହନ ମୂରଲୀଧାରୀ
ସାଙ୍ଗ ସାଥି ମେଳେ ଵୁଲି ଘରେ ଘରେ
ଲଵଣୀ କରଇ ଚୋରୀ।
ଗୋପପୁର ନାରୀ କରନ୍ତି ଗୁହାରି
ଯଶୋଦା ରାଣୀ ପାଖରେ
ଛୁଆ ଦି ଚାଖଣ୍ଡ ଏଡିକି ଉଦଣ୍ଡ
ରଖ ତାକୁ ଆୟତରେ।
ଲଵଣୀ ଖାଉଛି ଆଟିକା ଭାଙ୍ଗୁଛି
ସହି ପାରୁନୁ ତା ଜ୍ଵାଳା
ସେ ନଟଖଟିଆ ଯୁବତୀ ରସିଆ
ନନ୍ଦ ସୁତ ନନ୍ଦ ଵଳା।
ଶୁଣି ନନ୍ଦରାଣୀ ଵୋଲୁଛନ୍ତି ବାଣୀ
ଆରେ ମୋର ଗଣ୍ଠିଧନ
କେଉଁ ଦରଵରେ ଅଭାବ ଅଛିରେ
ସାରୁ ମାନ ସନମାନ।
ମାଆ ପଚାରନ୍ତେ ଭୁଲାଇ ଦିଏ ସେ
ଏଣୁ ତେଣୁ କଥା କହି
ମାଆର ମମତା ସ୍ନେହର ପରଦା
ସର୍ବଦା ରଖେ ଘୋଡାଇ।
ନିତି ନିତି ଶୁଣି ଅସହ୍ୟ ହେଲାଣି
ରାଗେ ହୋଇ ଜରଜର
ଦଉଡିରେ ଛନ୍ଦି ଖମ୍ଵରେ ବାନ୍ଧନ୍ତି
ଆଉ ନ ଯିବୁ କାହାର ଦ୍ଵାର।
ଯାହା ଇଙ୍ଗିତରେ ଏ ଧରା ବକ୍ଷରେ
ସର୍ଵେ ହୋନ୍ତି ଆତଯାତ
ତାକୁ ଅଟକାଇ ପାରିବକି ସେହି
ଖୁଆ ଦଉଡି ସେ ଚାରି ହାତ।
ସେ ପାଳନହାରୀ ମୋହନ ମୂରାରୀ
ତା ଲୀଳା ଖେଳା ଗୋପରେ
ଅବର୍ଣ୍ଣନୀୟ ସେ ଲୀଳାର ମାହାତ୍ମ୍ୟ
ଭକ୍ତି ରସାମୃତ ଝରେ।