Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

କ୍ୟାନ୍ସର

କ୍ୟାନ୍ସର

1 min
228


 ରୋଗଠାରୁ ବେଶି ରୋଗର ନାଁ ତ

  ରୋଗୀକୁ ଡରାଇ ଥାଏ

 ପ୍ରଥମରୁ ଜାଣି କଲେ ଉପଚାର

 କରକଟ ଭଲ ହୁଏ ।

 

 ମାସମାସ ଧରି ହୁଏ ଯଦି କାଶ

 କରିବନି ଜମା ହେଳା

  ଉପଚାର ନିଶ୍ଚେ କରିବ ସହଳ

  ବାହାରିଲେ କାହିଁ ଗୁଳା

  ଭାତୁରି ବଢିଲେ ଓଜନ କମିଲେ

  ଦେହ ପାଇଁ ଭଲ ନୁହେଁ 

  କଲବଲ ସେତ ହୁଏ ।


  ନିଶାପାନ କଲେ ଗୁଟୁକା ଖାଇଲେ

  କରିଲେରେ ଧୂମପାନ

  ଭିତରେ ଭିତରେ କରକଟ ଗ୍ରାସି

  କରିଦିଏ ହୀନିମାନ

  ବେଶି ମସଲାକୁ ତେଲ ରାଗ ଲୁଣ 

  ଦେହ ପାଇଁ କାଳ ହୁଏ 

  ଯାତନା ବଳେଇ ଯାଏ ।


  ଅମାନିଆ ଲୋକ ପାଏ ବେଶି ଦୁଃଖ

 ହୁଏ ସଦା କଲବଲ

 ଜାଣିଲେ କାରଣ ହେଲେ ସାବଧାନ

 ଦେହମନ ରହେ ଭଲ

 କରକଟ ପରା ହୁଅଇ ଆକଟ

 ଯାତନା ଦୂରେଇ ଯାଏ 

 କରକଟ ଭଲ ହୁଏ ।



Rate this content
Log in

Similar oriya poem from Inspirational