STORYMIRROR

SARATA KUMAR DAS

Comedy

4  

SARATA KUMAR DAS

Comedy

କୁନା କାନ୍ଦୁଥିଲା କଇଁ କଇଁ

କୁନା କାନ୍ଦୁଥିଲା କଇଁ କଇଁ

1 min
465


କୁନା କାନ୍ଦୁଥିଲା କଇଁ କଇଁ ହୋଇ

ମା' ବସିଥିଲେ ପାଖରେ

ଗେହ୍ଲେଇ କହିଲେ "କାନ୍ଦ୍ ନି ଧନ

ମାମୁଁ ଦେଖୁଛନ୍ତି ଉପରେ ।।


କୋଟିରେ ଗୋଟିଏ ଜହ୍ନ ମାମୁଁ ପରା

ସବୁରି ପ୍ରିୟ ସେ ଅଟନ୍ତି 

ଆଖିରୁ ଯେବେ ରେ ଲୁହ ବୋହୁଥାଏ

ନିଜ ହାତେ ପୋଛି ଦିଅନ୍ତି  ।।"


ଶୁଣ୍ ରେ ଧନ ଗହିରି ବିଲରୁ

ହୁକେ ହୋ ଡାକ ଶୁଭୁଛି

ବିଲୁଆ ନନାଟି କେଡେ ସରାଗରେ 

ବହା ହେବା ପାଇଁ ଯାଉଛି  ।।


ହେଇ ଧନ ଶୁଣ୍ ସାରୁଗଛ ମୂଳେ

କେଁ କଟର ଗୀତ ଶୁଭୁଛି

ଆକାଶ ରାଇଜେ ଢାଙ୍କିଲାଣି ମେଘ

ଝିପି ଝିପି ବର୍ଷା ପଡୁଛି   ।।


ହେଇ କୁନା ଦେଖ୍ ସିଆଡେ ଯାଉଛି 

ନଇଁ ନଇଁ ପୁଷି ମାଉସୀ

କଟମଟ କରି ଅନାଇ ରହିଛି

ପଳାଉଛି ଟୁଉକୁ ମୂଷି  ।।


କାନ୍ଦ୍ ନି ରେ ଧନ ରାତିର ବୟସ

ଧୀରେ ଧୀରେ ବଢି ଚାଲିଛି 

ଶୋଇପଡ୍ ବାପା ନଈପଠା ଧାରେ

ବୁଢୀ ଅସୁରୁଣୀ ବୁଲୁଛି  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy