STORYMIRROR

Er.Sasanka Sekhar Panda

Abstract Romance

3  

Er.Sasanka Sekhar Panda

Abstract Romance

କୁହୁଳା ଧୁଆଁ

କୁହୁଳା ଧୁଆଁ

1 min
336

ହେ ପ୍ରିୟା ତୁମେ କାଇଁ ଚାଲିଗଲ

ଲଗାଇ ମନରେ ନିଆଁ

ଜଳୁଛି ନିଇତି ସ୍ମୃତିର ଦୁଆରେ

ଦିଶେନି କୁହୁଳା ଧୁଆଁ,

ଜୀବନର ବାଟ ଦିଗହରା ହେଲା

କୁହ ଅବା କାହା ପାଇଁ

ନିଜ ଲୁହ ନିଜେ ପିଇ ମୁଁ ଜିଉଁଛି

ଅଧରରେ ହସ ନାହିଁ,

ଫିକା ଫିକା ଲାଗେ କୁସୁମ ସୁବାସ

ଖୋଜି ସେ ଶୀତଳ ଛୁଆଁ......

ଜଳୁଛି ନିଇତି ସ୍ମୃତିର ଦୁଆରେ

ଦିଶେନି କୁହୁଳା ଧୁଆଁ......

ଟିକିଏ ଭରସା ମାଗିଥିଲି ବୋଲି

ଉଜାଡ଼ିଲ ମନ ବସା

ସପନ ହଜିଲା ଦୁନିଆ ବୁକୁରେ

ଖାଲି ହେଲି ଲୋକହସା,

ଏମିତି ଭାବନା ଥିଲା ଯଦି ମନେ

ଆପଣାର କଲ କିଆଁ......

ଜଳୁଛି ନିଇତି ସ୍ମୃତିର ଦୁଆରେ

ଦିଶେନି କୁହୁଳା ଧୁଆଁ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract