STORYMIRROR

Prasanta Sahu

Inspirational

4  

Prasanta Sahu

Inspirational

କରୁଣାର ସୌଦାଗର

କରୁଣାର ସୌଦାଗର

1 min
44

ତୁମେ କି କରୁଣାର ସୌଦାଗର

ବିଛୁରିତ ପଥ ବାରମ୍ବାର

କୁହ ହେ ପଥିକ ତୁମ ଲକ୍ଷସ୍ଥଳ !

ଯହିଁ ଦେଖେ ତହିଁ ତୁମେ ହିଁ କେବଳ

ବାଲିଗୋଡିମାଟି ହୁଅଇ କୋମଳ

ତହୁଁ ଉଜ୍ଜିବିତ ତରୁଲତା ଅଧରେ

        ତୁମ କୃପାଶ୍ରିତ ଜୀବନ ମଧୁର ।


ଲାଗେ ଅସ୍ତାଚଳ ଆରପାଖେ

ତୁମ ବିପଣୀର ଆଭାସକୁ ଦେଖେ

ସୁନ୍ଦରମୟ ସୁନ୍ଦରତା ବିଭାସରେ

କିବା ଥରେ ଯାଇ ଦେଖି ଫେରି ପାରେ !

ଜୀଅନ୍ତି ଯେ ଶିଖର ପରାଏ

ନୀରବତା ବି ଆସି ନଇଁଯା'ନ୍ତା

        ପ୍ରତୀକ୍ଷାର ଦୁର୍ବାର ରୂପରେଖେ ।


ତୁମ ଅସୀମ ଚଲାପଥରେ

ବିନ୍ଦୁଟିଏ କରିଦିଅ ହେ ମୋ'ରେ

ସାରା ଜୀବନ ମୁଁ ଥିବି ଚାହିଁ

ଖାଲି ଏଇମିତି ପଡ଼ିରହି

ପ୍ରଭାତେ ପ୍ରତ୍ୟୁଷେ ଶିହରିତ ଆଖି

ତୁମ ବିଦ୍ୟମାନତାର ସ୍ବର୍ଣ୍ଣଧାରା ଦେଖି

ନବ ଜୀବନୀର ଗୀତ ଗାଇଗାଇ

        ଭରି ହରଷ ମଧୁର ଅନ୍ତରେ ।


ଦୁଃଖ ଯେବେ ବିଲୀନ ସୁଖରେ

ରୋମାଞ୍ଚିତ ମନ କିଆଁ ନ ସମୀରେ !

ପଥ ଅସରନ୍ତି ଟିକି ପାଦଟିଏ ପାଇଁ

ଚାଲେ ଅହର୍ନିଶ ଅଧିନେ କା' ନାହିଁ

ପଛ ଦିଗ୍ ବଳୟ ଦୃଶ୍ୟେ କିବା ରୁଚେ

ବିଜନତା ଯହିଁ ଲେଖିଛି ପରଚେ

ନବ ବସନ୍ତ ଯେବେ ନିବେଶିତ ମନେ

      ବିଭୋରିତ ମନ ତୁମ କରୁଣାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational