STORYMIRROR

Kabiratna Nutan Kumar Behera

Inspirational

4  

Kabiratna Nutan Kumar Behera

Inspirational

କରୁଣା କର ହେ ବଡ଼ଠାକୁର

କରୁଣା କର ହେ ବଡ଼ଠାକୁର

1 min
216

କରୁଣା କର ହେ ବଡ଼ଠାକୁର

     ଭକତ ଭିଡ଼ ଦେଖ ଶ୍ରୀମନ୍ଦିର 

ତୁମ ଲାଗି ଝରେ ଆଖିରୁ ନୀର

    ମହାପ୍ରଭୁଙ୍କୁ ହେଲା କିଆଁ ଜ୍ୱର ?୦।


ଶ୍ରୀକ୍ଷେତ୍ର ବିହାରୀ ହେ ବଂଶୀଧାର

     ଶୁଣିଛି ଜାଣିଛି ତୁମେ ଅଜର 

ଅନାଦି ଅନନ୍ତ ଚିର ସୁନ୍ଦର

    ତୁମେ ଭାବ ଭକ୍ତି ଭବେ ଅମର।୧।


ଭରସା ବିଶ୍ୱାସ ମନ ପ୍ରାଣର

     ତୁମେ ସ୍ପନ୍ଦନ ଜୀବ ଜୀବନର 

ଅନ୍ତରରୁ କରନା କେବେ ଅନ୍ତର

    ତୁମ ସୃଷ୍ଟି ପରା ସାରା ସଂସାର।୨।


ହେ ମାୟାଧର ମାୟା କର ଦୂର

     ତୁମେ ଚକ୍ରଧର ଚକ୍ରେ ସଂହାର 

ଜରା ବ୍ୟାଧି ଅଛି ଯେତେ ପ୍ରକାର

     ସବୁ ଏ ଜୀବନରୁ ଦୂର କର।୩।


ଏ ସଂସାର ହୁଏ ଦୁଃଖ ସାଗର

     ଅଜ୍ଞାନେ ମାନବ ହୁଏ ଅସ୍ଥିର 

ଲୋଭ ମୋହ କରେ ଯେ ସ୍ୱାର୍ଥପର

     ସବୁ ମନକୁ ସ୍ୱଚ୍ଛ ନିର୍ମଳ କର।୪।


ମାନବ ଜୀବନେ ଅଛି ଏ ଜର

     ମାନବ ଲୀଳାରେ କର ପ୍ରଚାର 

ତୁମ ମହିମା ଅଶେଷ ଅପାର

   ଆଦି ଅନ୍ତ ମିଳେ ନାହିଁ ଯେ ତାର।୫।


ଦିଅ ଯେଉଁ ଶିକ୍ଷା ସତଜ୍ଞାନର

   ହେୟ ଭାବେ ସଂସାରେ ମୁଢ଼ ନର 

ସେ ଭାବ ମନରୁ କରାଅ ଦୂର

     କରୁଣା କର ହେ ବଡ଼ଠାକୁର।୬।


ତୁମେ ପରଂବ୍ରହ୍ମ ଜଗଦୀଶ୍ୱର

     ଆଲୋକ ଦିଅ ଘୁଞ୍ଚାଇ ଅନ୍ଧାର 

ତୁମ ପାଦେ କୋଟି କୋଟି ଜୁହାର

     କରୁଣା କର ହେ ବଡ଼ଠାକୁର।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational