କରୋଣା କୋପମାନସିକ ଚାପ
କରୋଣା କୋପମାନସିକ ଚାପ


ନିସଙ୍ଗ ଜୀବନ, ବୟସ୍କଙ୍କ ପାଇଁ
ବଢାଉଛି ଅବସାଦ
ବୟସ ବାଦକୁ କରୋଣା ବିପଦ
ହଜାଇ ଦେଉଛି ନିଦ ।
ତାଙ୍କ ପାଇଁ ମନା ହାଟ ବାଟ ଘାଟ
ଗହଳୀକୁ ଯିବା ମନା
ଘରଭିତରେ ସେ ଗୃହବନ୍ଦୀ ସବୁ
ବୁଦ୍ଧି ହୋଇଯାଏ ବଣା ।
ପ୍ରାତ ଭ୍ରମଣରେ ଯାଉଥିଲେ ନିତି
ଭେଟୁଥିଲେ ସାଙ୍ଗ ସାଥୀ
ମଧୁର ଆଳାପ ମଧୁର ଗଳପ
ଲାଗୁଥିଲା ଟିକେ ଶାନ୍ତି ।
କରୋନା ଦାଉରେ ସବୁ କଟକଣା
କାହାକୁ ହେଉନି ଭେଟି
ଆପଣା ଲୋକଙ୍କୁ ଆକଟ ସବୁଠି
ମନହୁଏ ଛାଟିପିଟି ।
କରୋଣା କୋପ କୁ ମାନସିକ ଚାପ
ଯାତନା ଦେଉଛି ନିତି
ସକାଳରୁ ସଞ୍ଜ ଖଟଟା ଉପରେ
ଚେଇଁ ଚେଇଁ ପାହେ ରାତି ।
କାହାକୁ କହିବେ କିଏସେ ଶୁଣିବ
ଦରଦୀ ମନର କଥା
କରୋଣା ଭୟରେ ସାରା ଦୁନିଆର
ହଜି ଯାଇଅଛି ଚେତା ।