କରନାହିଁ ଆତ୍ମହତ୍ୟା
କରନାହିଁ ଆତ୍ମହତ୍ୟା
ଏ ଜୀବନ ବାପ ସୁଖ ଦୁଃଖ ଭରା ।
ହୁଅନାହିଁ କେବେ ତୁମେ ଆତ୍ମହରା ।
ସୁଖ ପରେ ଦୁଃଖ ଆସିବ ନିଶ୍ଚିୟ ।
ଏକି ନିୟତି ର ଦୃଢ ପରିଚୟ ।
ତିନି ପ୍ରକାରରେ ଦୁଃଖ ଯେ ଆସଇ ।
ଦୁଃଖତ୍ରୟ ବୋଲି ବେଦ ଯେ ଭଣଇ ।
ଦୈବୀଶକ୍ତି ଯୋଗୁଁ ଯେଉଁ ଦୁଃଖ ଘଟେ ।
ଆଧିଦୈବିକ ହେ ସେହି ଦୁଃଖ ଅଟେ ।
ବନ୍ୟା ବାତ୍ୟା ଆଦି ଯେତେ ମହାମାରୀ ।
ଏ ଦୈବିକିଦୁଃଖ ସୁଖର ଆଇରି ।
ପଞ୍ଚ ମହାଭୁତ ଯେ ଦୁଃଖ ଦିଅନ୍ତି ।
ଆଧିଭୌତିକ ହେ ତାକୁ ହିଁ କୁହନ୍ତି ।
ବାୟୁ ଅଗ୍ନି ନଭ ଧରଣୀ ଉଦକ ।
ବ୍ୟାଧି ଦେଲେ କୁହ କଷଣ ଭୌତିକ ।
ଆତ୍ମା କୁ ଯୋ ଦୁଃଖ ବାଧଇ ପ୍ରବଳ ।
ଆଧ୍ୟାତ୍ମିକ ଦୁଃଖ କୁହନ୍ତି ସକଳ ।
ବିଶ୍ୱାସ ଘାତକ କଟୁ କଥା ଯଥା ।
ଆତ୍ମଦୁଃଖ ଦିଏ ଶରୀର କୁ ବ୍ୟଥା।
ଏହି ଦୁଃଖ ଅଟେ ସବୁଠାରୁ କଷ୍ଟ ।
ସହିଯାଅ କର ନାହିଁ ଆତ୍ମ ନଷ୍ଟ ।
ଏସବୁ ଦୁଃଖ ଯେ ଆସିବ ସତ୍ୱର ।
ସମ୍ମୁଖିନ ହେବୁ ନହୋଇ ଅଧିର ।
ଆତ୍ମହତ୍ୟା ନୁହଁ ତାରି ସମାଧାନ ।
ଦୁଃଖକୁ ଜିଣିଲେ ହୋଇବୁ ମହାନ ।
ଦୁଃଖ ମଣିଷ ର ବିକାଶ ସକାଶେ ।
ଦୁଃଖକୁ ଜିଣିଲେ ରହିବୁ ହରସେ ।
ସୁନାକୁ ପୋଡିଲେ ଚମକେ ଯେମନ୍ତେ ।
ଦୁଃଖପାଇ ଆତ୍ମା ଚମକେ ସେମନ୍ତେ ।
ଯେତେ ମୁନି ଋଷି ଜ୍ଞାନୀ ଗୁଣି ଜନ।
ଦୁଃଖରେ ସେମାନେ ହୋଇଲେ ମହାନ।
ଖରା ବର୍ଷା ଶୀତ ଖାଏ ଯେ ପଥର ।
ତଥାପି ସେ କେବେ ହୁଏନି ଅଧିର ।
ପଥର ଯେପରି ହୋଇବୁ ସମାଜେ ।
ତେବେତୁ ଆନନ୍ଦ ଭୋଗିବୁ ସହଜେ ।
ତେଣୁ ଦୁଃଖେ କେବେ ହୁଅନି ଅଧିର ।
ଦୁଖଃହିଁ ତୁମକୁ କରିବ ଅମର ।
ହସ ତରବାରେ ଦୁଃଖକୁ ନାଶିବୁ ।
ତେବେ ଯାଇ ତୁହି ଜଗତ ଜିଣିବୁ ।
ଆତ୍ମହତ୍ୟା ତୁହି କେବେନ କରିବୁ
ଶରୀର ନନାଶି ଦୁଃଖ କୁ ନାଶିବୁ ।