Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Kumar Bishoi

Inspirational

4.7  

Deepak Kumar Bishoi

Inspirational

ଭୁଲ୍

ଭୁଲ୍

1 min
556


ପୁରାଣ ଇତିହାସ କିମ୍ବଦନ୍ତୀ କହେ

ମଣିଷ ମାତ୍ରକେ ଭୁଲ କରିଥାଏ l


ସତ୍ୟଯୁଗେ ବିଶ୍ଵାମିତ୍ର ମହାନ ମହର୍ଷି

ମେନକାଙ୍କ କାମନାରେ ଯାଇଥିଲେ ଫସି l


ଋଷି ହୋଇ ଏପରି ସେ ଭୁଲ କରି ଗଲେ

ସେ ଭୁଲରୁ ଶକୁନ୍ତଳା ଜନମ ହୋଇଲେ l


ଦ୍ୱାପରରେ ଯୁଧିଷ୍ଠିର ଭୁଲ କରିଥିଲେ 

ପଶାଖେଳେ ରାଜ୍ୟସଙ୍ଗେ ଦ୍ରୋପଦି ହାରିଲେ l


ତ୍ରେତୟାରେ ଭୁଲ କରି ପ୍ରଭୁ ଶ୍ରୀ ରାମ 

ସତୀ ସୀତାଙ୍କୁ ତ୍ୟାଗକଲେ କରି ବୁଦ୍ଧି ବାମ l


ଦେବଦେବ ମହାଦେବ ଭୁଲ କରିଥିଲେ

ଗଣେଶଙ୍କ ଶିର ଛେଦି ହସ୍ତୀଶିର ଯୋଡିଲେ l


ସମୁଦ୍ର ମନ୍ଥନୁ ବିଷ ଅସୁରଙ୍କୁ ଦେଇ 

ଦେବଗଣ ପାନକଲେ ଅମୃତକୁ ନେଇ l


ଦେବଗଣ ଭୁଲ ନା ଭଲ କଲେ ଭାଇ 

କିଏ କୁହ ଦୁନିଆରେ ଭୁଲ କରି ନାହିଁ l


କଳି ଯୁଗେ ସଭିଏଁ ଭୁଲ କରିଥାନ୍ତି 

ଭୁଲ କରି ଠିକ ବୋଲି ସଭିଏଁ କୁହନ୍ତି l


ଭୁଲ କରିବାଟା ଏଠି ଭୁଲ ଅଟେ ନାହିଁ 

ଭୁଲକରି ନମାନିବା ଭୁଲ ଅଟେ ଭାଇ l


ଗୋଟିଏ ଭୁଲ ଭୁଲ ନୁହଁ ଭାଇ

ଭୁଲ କୁ ଦୋହରାଇବା ଭୁଲ ଅଟେ ଭାଇ l


କ୍ଷମାମାଗି ଭୁଲ ପାଇଁ କର ପଶ୍ଚୟାତାପ

ଭାବଗ୍ରାହୀ କ୍ଷମା ଦେବେ ହରି ତବ ପାପ l


ଭୁଲ କରିବାଟା ଏଠି ବିଧାତା ର ଖେଳ 

ଭୁଲ କରି ନ ମାନିଲେ ପୁରିଯିବ କାଳ l


ତୁମ ଭୁଲ ପାଇଁ ଯିଏ ପାଉଅଛି କଷ୍ଟ 

 କ୍ଷମା ଭିକ୍ଷା କଲେ ସିଏ ହେବେ ତୁଷ୍ଟ ।


କଳି କାଳେ କିଏ କୁହ ଭୁଲ କରି ନାହିଁ 

ଭୁଲ କରି କ୍ଷମମାଗିଲେ ପୂଜାପାଏ ସେହି l


କରିଥିବା ଭୁଲ ପାଇଁ ଆଜି ମୁ ଅନୁତପ୍ତ 

କ୍ଷମା ମାଗୁଛି ତୁମକୁ ଆହେ ଗୁଣବନ୍ତ l


ପ୍ରଭୁଙ୍କୁ ନିନ୍ଦାକରି ମୁଁ ଯେଉଁ ଭୁଲ କଲି

କ୍ଷମାଦେବେ ଭାବଗ୍ରାହୀ ମୁଁ ଏ କବିତା ଲେଖିଲି l


Rate this content
Log in

Similar oriya poem from Inspirational