STORYMIRROR

Sagarika Padhy

Inspirational

4  

Sagarika Padhy

Inspirational

କର୍ମ ହିଁ ଧର୍ମ

କର୍ମ ହିଁ ଧର୍ମ

1 min
407

ବାବୁରେ,

କରିଚାଲେ ତୁ ହିଁ ତୀର୍ଥ ଧରମ

ବୁଲିଚାଲେ ତୁ ହିଁ ପୁଣ୍ୟର ଧାମ

ମିଳିବନି ସ୍ୱର୍ଗଶାନ୍ତି

କରିଚାଲେ କର୍ମ ନଦେଖି ତୁ ଧାମ

ପାଇବୁ ଜୀବନେ ମୁକ୍ତି

ବାବୁରେ,

ଜୀବନ ନୁହଁଇ ଅମର ମନ୍ଦିର

ସ୍ଥାପିହେବ କାଳ କାଳକୁ

ବାର ଦିନ, ବାର ମାସରେ ଜୀବନ

ଚାଲିଯିବ ଆର ପାରିକୁ

ବାବୁରେ,

କରିଚାଲେ ତୁ ହିଁ ସମାଜ ସେବାକୁ

ଦେହ ଝାଳ ତୁଣ୍ଡେ ଲଗାଇ

ଏହାଠାରୁ ପୁଣ୍ୟ ନାହିଁ ଆଉ ଧର୍ମ

ମାଟିର ମଣିଷଟେ ପାଇଁ

ବାବୁରେ,

କରିଚାଲେ କର୍ମ ବଢ଼ୁଥିବ ଧର୍ମ

ଭାଗ୍ୟର ଚକ୍ର ଦ୍ୱାରରେ

ଯେବେହେବୁ ପାରି ଦେଖୁଥିବୁ ହରି

ରହିଯିବ କୀର୍ତ୍ତି ତୋ ନାମରେ


Rate this content
Log in

Similar oriya poem from Inspirational