ସମୟ
ସମୟ
1 min
679
ସମୟର ଏଇ ଛୋଟିଆ ନଇଁ ରେ
ନାଉରି ସାଜିଛୁ ତୁହି
ଜାଣିଚୁ କି କେବେ ସେଇ ନଉକା ଯେ
ଭସାଇ ଦେବ ରେ ଯାଇ |
ଭାବେନା ମନ ରେ ପାରିବୁକି ଦିନେ
ଜୀବନ କୁ ତୁ ବଞ୍ଚାଇ
ଶରୀର ତୋର ଆତ୍ମା ନୁହଁ ରେ
ପାରିବୁନି ତାକୁ ଲୁଚାଇ |
ସମୟ ଜାଣିଚି କୂଳ ତୋ କେଉଁଠି
ସେହିଁ ଜାଣିଚି ନାଁ
ତୋରି ଭାଗ୍ୟ ର ନାଉରି ସିଏ ରେ
ପଚାରି ବୁଲୁଚୁ କିଆଁ |
ଅଭୁଝା ମନ ରେ ବୁଝାଇ ଦେ ତୁ
ଭାବନା ଭିଳାଷୀ ମନ କୁ
ସମୟ ତର କାବୁ ରେ ନାହିଁ ଯେ
ରଖିନବୁ ଯାଇ ନିଜକୁ |
