STORYMIRROR

Manorama Mohanty

Abstract

2  

Manorama Mohanty

Abstract

କରିଦିଅ ମୋତେ ସାଇଁ

କରିଦିଅ ମୋତେ ସାଇଁ

1 min
243

   ବେଶୀ ସୁଆଦିଆ 

   ଫଳଟିଏ ମୋତେ 

    ନ କରିଲେ ପଛେ ନାହିଁ 

    ଛୋଟ ହେଲେ ହେଉ 

    ଶିରିଫଳ ଟିଏ 

     କରିଦିଅ ମୋତେସାଇଁ


    ଟାଣ ଚୋପା ପାଇଁ 

    ଅଣ ଦେଖା ପାଏ 

     ଏଣେତେଣେ ପଡିଥାଇ 

   ଦେବା ଦେବୀ ପୂଜା 

   ପାଇଁ ଲାଗିହୁଏ 

    ଅତି ଆଦର ରେ ମୁହିଁ


    ମୋର ବିନୁ କେଉଁ 

   ଓଷା ବାର ବ୍ରତ 

     ହୋଇପାରେ ନାହିଁ ସିଦ୍ଧ 

   ସଂସାର ମଧ୍ୟରେ 

     ମହତ୍ବ ଅଧିକ 

       ସବୁକାର୍ଯ୍ୟରେ ମୁଁ ଶୁଭ   


    ଅତି ବଡ଼ ଜୀବ 

    ହାତୀ ଟିଏ ମୋତେ 

     ନକରିଲେ ପଛେ ନାହିଁ 

    ଛୋଟ ହେଲେ ହେବି 

    କଳା କୋଇଲି ଟେ 

      କରିଦିଅ ମୋତେ ସାଇଁ 


     ପତ୍ର ଗହଳି ରେ 

    କୁହୁ କୁହୁ ତାନେ 

     ସବୁରି ମନ ମୋହିବି 

    କଳା ରଙ୍ଗ ବୋଲି 

     ଅସୁନ୍ଦରୀ ଭାବି 

      ଅନ୍ୟର ତୁଲ୍ୟ ନହେବି 


     ଅତି ସୁନ୍ଦରିଆ 

      କଦମ୍ବ ଫୁଲଟେ 

       ନକରିଲେ ପଛେନାହିଁ 

     ଛୋଟ ହେଲେ ହେବି 

     ରଙ୍ଗଣୀ ଫୁଲ ଟେ 

      କରିଦିଅ ମୋତେ ସାଇଁ 


      ସଞ୍ଜ ରେ ଫୁଟି ମୁଁ 

     ସକାଳ କୁ ଝଡ଼େ 

      ମୁଖେ ଉକୁଟାଇ ହସ 

     ହରେ ଜନମନ 

     ରଙ୍ଗୋଲି ରୂପ ମୋ 

       ଚହଟାଇ ଚଉପାଶ 


      ଏଡ଼େ ଉଦାରତା 

      ବିଶାଳ ସାଗର 

       ନକରିଲେ ମୋତେନାହିଁ 

      ଛୋଟ ହେଲେ ହେଉ 

      ପାଣି ଝର ଟିଏ 

        କରିଦିଅ ମୋତେ ସାଇଁ 


      ଝରି ଝରି ଯିବି 

       ଆଗକୁ ଆଗକୁ 

        ଡେଇଁ କେତେଗିରିବନ 

      ତୃଷିତ ଜନ ର 

      ତୃଷା ମେଣ୍ଟାଇବି 

       ସାଧିବି ଜନକଲ୍ୟାଣ 


     ଅଧିକ ଫୁଲେଇ 

     ପୁନେଇଁ ଜହ୍ନ ମୁଁ 

       ନ ହେବିପଛକେ ନାହିଁ 

     ଛୋଟ ହେଲେ ହେବି

      ତେଲ ଦୀପ ଟିଏ 

       କରିଦିଅ ମୋତେ ସାଇଁ 


      ଜଳି ଜଳି ନିଜେ 

     ଆଲୋକ ଦେବି ମୁଁ 

       ଅନ୍ଧାର କରିବି ଦୂର 

     ପର ହିତ ଲାଗି 

     ଜୀବନ ଗଲେ ମୋ 

      ନାହିଁ ଦୁଃଖ କରିବାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract