STORYMIRROR

Manorama Mohanty

Abstract

2  

Manorama Mohanty

Abstract

କଣ ମୋର ପରିଚୟ

କଣ ମୋର ପରିଚୟ

1 min
148

    ନିଜକୁ ପଚାରେ 

    ପରିଚୟ ମୋର 

ମୁଁ କିଏ ମୋତେ କୁହ !

    କିଏ କହେ ମୋତେ 

    ଅବଳା ଦୂର୍ବଳା 

କିଏ କହେ ଗୋଟେ ଝିଅ    ମାଆ ର ଗର୍ଭରେ   ଭୃଣ ଟିଏ ହୋଇ

ଯେବେ ମୁଁ ସଞ୍ଚରି ଥିଲି 

   କେବେ ବଡହୋଇ 

    ଆସିବି ଧରାକୁ

ଦିନ ରାତି ଗଣୁଥିଲି


ଯେଉଁଦିନ ମୁହିଁ 

ବସୁଧା ଆବୋରି 

କୁଆଁ କୁଆଁ ଦେଲି ରଡି

    ସଭିଏଁ କହିଲେ 

    ଝିଅଟେ ହେଇଛି 

ମାଆ ବାପା ଶୁଭ ଗଣି

     ଶିଶୁ ଟିଏ ହୋଇ 

     କଅଁଳ ହସ ରେ 

ବାଣ୍ଟୁଥିଲି ସୁଧା ବାରି

    ସୁଖ ଶରଧା କୁ 

   ସ୍ୱର୍ଗ ସୁଖ ମଣି 

ମାଆ କୋଳ ନେଲି ବରି


     ବଡ ହୋଇ ଯେବେ 

     ସାଜିଲି ଯୁବତୀ 

କୁଆଁରୀ ରୁପସୀ ନାଆଁ

     କଳଙ୍କିନି କଲା 

      କାମାନ୍ଧ ରାକ୍ଷସ 

ଝିଅନାମେ ଲାଗେ ନିଆଁ


ଯୁବା ଯଉବନ 

କାଉଁରୀ ପରଶେ 

ହୋଇଲି ମୁଁ ଦିଗହଜା

   ନିରୀହା କାମିନୀ 

    ଭାବି ଏ ସମାଜ 

ଉଠାଇଲା ତାର ମଜା

    ମୋ ଜନ୍ମ ଠିକଣା 

     ଖୋଜିବି କାହିଁକି 

ମୁଁ ପରା ନିର୍ମୁଳି ଲଟା

      କେତେବେଳେ କାର 

      ଭାଗ୍ୟ ଆକାଶ ରେ 

ନେଇ ଆସେ ଘନଘଟା


    ଝିଅ ବୋଲି ସିନା 

    ହତାଦର କଲ 

ଅଲୋଡ଼ା ଅଖୋଜା ହେଲି

    ଅନୁତାପ ନିଆଁ 

    ମୋ କ୍ଷୁବ୍ଧ ମନରେ 

ହୁତୁ ହୁତୁ ଜାଳି ଦେଲି


    ବାସିଫୁଲ ପରି 

    ମଉଳି ଗଲି ମୁଁ 

ମରଣ ପାରୁନି ଜିତି

    ଏ ଜଗତ କହେ 

     ଝିଅଟିଏ ବୋଲି 

ଇଜ୍ଜତ କରିଲି ଇତି


   ସହି ବାରସବୁ 

   ସୀମା ଟପିଲାଣି 

ଆଉ ପାରିବିନି ସହି

   ନିର୍ଭୟା ପରିକା 

   ନ୍ୟାୟୋଚିତ ଶାସ୍ତି 

ପାରିବୁ ଆମେ ବି ଦେଇ


   କିନ୍ତୁ ମୁଁ କରିବି 

    ଆତ୍ମ ନିୟନ୍ତ୍ରଣ 

ଗୁଣି ଗଣେ ହେବି ଗଣା

    ବ୍ୟର୍ଥ ମୋ ଜୀବନ 

    ଭାବିବିନି ଜମା 

ହେବିନାହିଁ ପଥବଣା      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract