STORYMIRROR

pranati Mahapatra

Children

4  

pranati Mahapatra

Children

କନ୍ଧମାଳ ଜିଲ୍ଲା

କନ୍ଧମାଳ ଜିଲ୍ଲା

1 min
58


ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ

   ଆମ କନ୍ଧମାଳ ଜିଲ୍ଲା,

ବନ୍ୟଜନ୍ତୁ ସ୍ଵାସ୍ଥ୍ୟକର ଜଳବାୟୁ

  ସଂକୀର୍ଣ୍ଣ ଘାଟିର ରାସ୍ତା ଏ ଜିଲ୍ଲା।(୧)


ପୂର୍ବତନ ଫୁଲବାଣୀର ବିଭକ୍ତେ

କନ୍ଧମାଳ ବୌଦ୍ଧ ଜିଲ୍ଲା,

୭୬୫୩ ବର୍ଗ କି. ମି ଭୌଗଳିକ କ୍ଷେତ୍ର

ଅଟେ ଆମ ଏହି ଜିଲ୍ଲା।(୨)


ଉତ୍ତରରେ ବୌଦ୍ଧ ଦକ୍ଷିଣେ ରାୟଗଡ଼ା 

ପୂର୍ବେ ଗଞ୍ଜାମ ନୟାଗଡ଼ ଜିଲ୍ଲା,

ଆମ କନ୍ଧମାଳ ଭାରି ସୁନ୍ଦର ତ

ପଶ୍ଚିମେ ଯେ କଳାହାଣ୍ଡି ଜିଲ୍ଲା।(୩)


ଆମ କନ୍ଧମାଳ ଅଟେ ପ୍ରସିଦ୍ଧ

ଡୋକର ଟେରା କୋଟା ପାଇଁ,

ଗର୍ବିତ ଆମେ ପରା ବେତ 

ବାଉଁଶର ହସ୍ତଶିଳ୍ପ ପାଇଁ।(୪)


ନାଲି ମାଙ୍କେଡା ପଥରରେ ପରା

ଆମ କନ୍ଧମାଳ ମାଟି,

ଜୈବିକ ତତ୍ତ୍ଵରେ ଭରପୁର ଧରା

ଆକର୍ଷଣ ବଗିଚା କଫି।(୫)


ବିଶାଳ ଜଙ୍ଗଲ କୃଷି ଉତ୍ପାଦନ

ଜଙ୍ଗଲ ଜାତ ଦ୍ରବ୍ୟ ଆଧାର,

କଳସୀସା ପରି ଖଣିଜ ସମ୍ପଦ

କନ୍ଧମାଳେ ଅଛି ପ୍ରଚୁର।(୬)


ଦୁଇ ଉପଖଣ୍ଡ ବାର ତହସିଲ

ବାରଟି ବ୍ଲକ ତା'ର,

ଶହେ ଏକସ୍ତରି ଗ୍ରାମ ପଞ୍ଚାୟତ

ଆମ କନ୍ଧମାଳ ଜିଲ୍ଲାର।(୭)


ଖରିଫ ଋତୁରେ ଧାନ ମକା ନାଇଜର

ହୋଇ ଥାଏ ପରା ଚାଷ,

ଏ ମାଟିରେ ଅମ୍ଲ ଅଧିକ ଯେ ଥାଏ

ହୁଏ ଆଳୁ ହଳଦୀ ସୋରିଷ।(୮)


ପର୍ଯ୍ୟଟକ ଖୁସି ହୋଇଥାନ୍ତି ଦେଖି

ବଲସକୁମ୍ପା,ଦାରିଙ୍ଗବାଡି,ପୁତୁଡି,

ଚକାପାଦ ବେଲଘର କଳିଙ୍ଗାଘାଟି

ମଣ୍ଡାସୁର ଦୃଶ୍ୟ ରାଜି।(୯)


ଓଡ଼ିଶାର କାଶ୍ମୀର ଆମ ଦାରିଙ୍ଗବାଡି

ପାର୍ବତ୍ୟାଞ୍ଚଳ ଶୀତେ ବରଫ ପଡି

ବ୍ରିଟିଶ ନାଗରିକ ଡେରିଂ କଲେ ଆବିଷ୍କାର

ସେହି ଦିନଠାରୁ ଡେରିଂବାଡି ନାମ ଏହାର।(୧୦)

ପ୍ରଣତି ମହାପାତ୍ର


ହିଲଭିୟୁ ପାର୍କ ନେଚର ପାର୍କ 

ଡୁଲୁରି କିରିକୁଟି

ଦାସିଂବାଡି କଫି ବଗିଚା 

ହର୍ବାଲ ଯିବା ବୁଲି।(୧୧)


କୋଟି କୈବଲ୍ୟନାଥ ବିଜେ କରିଛନ୍ତି

ଏହି ଆମ କନ୍ଧମାଳରେ,

ସେ ଜଗନ୍ନାଥଙ୍କ ଚରଣେ ପ୍ରଣତି

କରେ ମୁଁ ଭକ୍ତି ଅନ୍ତରେ।(୧୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children